ରାଜେଶ୍ୱରୀ ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ କରମାତଲା ହାଇସ୍କୁଲ ଖେଳପଡିଆ ଠାରେ ରାଜେଶ୍ୱରୀ ବାଗ ସ୍ମାରକୀ ଫୁଟବଲ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିନରେ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ତିଳୋତ୍ତମା ବାଗ ଓ ସମ୍ମାନିତ ଅତିଥି ଭାବେ ପ୍ରଦୀପ ବାଗ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ବଡ଼ମାଲ ବନାମ ଟିକ୍ରାପଡା ମଧ୍ୟରେ ଖେଳ ହୋଇଥିଲା କିନ୍ତୁ କେହି କହାକୁ ଗୋଲ ଦେବାର ସକ୍ଷମ ହୋଇନଥିଲେ। ତା’ପରେ ଷ୍ଟ୍ରିବେକର ଜରିଆରେ ଖେଳ ହୋଇଥିଲା। ବଡ଼ମାଲକୁ ହରେଇ ଟିକ୍ରାପଡା ବିଜୟ ହୋଇଥିଲା। ରାଧାକାନ୍ତ ବାଗ ଓ ବିମ୍ବାଧର ନାଗ ଖେଳ ପରିଚାଳନା କରିଥିବାବେଳେ ସୁବାଷ ବାଗ ଧାରାବିବରଣି ପ୍ରଦାନ କରିଥିଲେ। ଶେଷଦେବ ରଣା, ଗଣ୍ଡାରୁ ବୁଡ଼େକ, ମୁଖ୍ୟ ଅଯୋଜକ ଅକ୍ଷୟ କୁମାର ବାଗ, ସୁପେତ ବାଗ, ଟିକେଶ୍ୱର ବାଗ, ବିରଞ୍ଚି ରଣା, ଜତିରଜ ବାଗ, ରାହାସ ବୁଡ଼େକ, ମିଟୁ ବରଗେ, ରାଜା ବାଗ, ସ୍ୱାମୀୟ ବୁଡ଼େକ, ଜୟମଣି ବାଗ, ରକ୍ଷେ ବୁଡ଼େକ, ସାମଶୁଡେନ ଖାନ ଓ କରମତଳା ଗ୍ରାମବାସୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.