ବିପ୍ଲବୀ କମ୍ରେଡ ଜଗତରାମ ପଧାନଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ତଥା କଳାହାଣ୍ଡିର ଜଣେ ବିପ୍ଲବୀ କମ୍ୟୁନିଷ୍ଟ ନେତା ସ୍ୱର୍ଗତ କମ୍ରେଡ ଜଗତରାମ ପଧାନଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଘଣ୍ଟମାଳ ଗ୍ରାମ ପଞ୍ଚାୟତ ସମ୍ମୁଖସ୍ଥ ତାଙ୍କର ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି।

ସ୍ୱର୍ଗତ ନେତା ଶ୍ରୀ ପଧାନଙ୍କର ସୁପୁତ୍ର ସିପିଆଇ (ଏମ୍ଏଲ୍) ଜାଗ୍ରତ ସମିତିର କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ କେଶବ ପଧାନ, ସିପିଆଇ (ଏମ୍ଏଲ୍) ଜାଗ୍ରତ ସମିତିର କଳାହାଣ୍ଡି ଜିଲ୍ଲା ସହ ସମ୍ପାଦକ ଦୟାସାଗର ନାଏକ, ସମିତିର ବରିଷ୍ଠ ସଦସ୍ୟ ପଦ୍ମନ ଦୋରା, ଫକିର ଦୋରା, ଖାଡିରାମ ଧରୁଆ, ଚନ୍ଦ୍ର ହରିଜନ, ଗୋବିନ୍ଦ ପାତ୍ର, ବିପିନ ନାଏକ, କ୍ଷୀରସିନ୍ଧୁ ପୁଟେଲ, ସେନାପତି ରଣା ପ୍ରମୁଖ ଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିବାପରେ ଉପସ୍ଥିତ ସମସ୍ତ ଜନସାଧାରଣ ଓ କର୍ମୀ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ।

ଦିବଙ୍ଗତ ନେତା ଶ୍ରୀ ପଧାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇ ଅତିଥିବୃନ୍ଦ ତାଙ୍କର ସ୍ମୃତିଚରରଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ବର୍ଗତ କମ୍ରେଡ ଜଗତରାମ ପଧାନ ୨୫ ସେପ୍ଟେମ୍ବର ୧୯୩୯ରେ ନର୍ଲା ବ୍ଲକ ଅନ୍ତର୍ଗତ ଘଣ୍ଟମାଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

ସମାଜର ଅବହେଳିତ ଓ ନିଷ୍ପେସିତ ଜନତାଙ୍କ ହକ୍ ଓ ଅଧିକାର ପାଇଁ ସେ ଲଢେଇ କରି ଆସୁଥିଲେ। ୧୨ ଡିସେମ୍ବର ୨୦୦୯ରେ ତାଙ୍କର ତିରୋଧାନ ହୋଇଥିଲା। ସେହିଦିନ ଠାରୁ ପ୍ରତିବର୍ଷ ଡିସେମ୍ବର ୧୪ରେ ସିପିଆଇ (ଏମ୍ଏଲ୍) ଜାଗ୍ରତ ସମିତି ପକ୍ଷରୁ ତାଙ୍କର ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇ ଆସୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.