ସରସ୍ବତୀ ଶିଶୁ ମନ୍ଦିରରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ପାଳିତ ହୋଇ ଯାଇଛି | ଏହି ଉତ୍ସବ ରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆଙ୍କ ତତ୍ତ୍ବାବଧାନରେ ସନ୍ତୋଷ କୁମାର ପଣ୍ଡା ପରିଚାଳନା କରିଥିଲେ | ଶ୍ରୀମତୀ ପ୍ରମୋଦିନୀ ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ | ଆଜିର ଏହି ଉତ୍ସବ ରେ ଶ୍ରୀଯୁକ୍ତ ପ୍ରଶ୍ନଜୀତ ଦାସ ଦୀପପ୍ରଜ୍ଜଳନ କରି ଆଜିର ଗଣିତ ଦିବସ ବିଷୟରେ କିଛି କଥା କହିଥିଲେ ଓ ଗଣିତଶିକ୍ଷା କୁ ଆମର ଦୈନଦିନ ଜିବନରେ କିପରି ଉପଯୋଗ କରାଯାଇପା ପାଇପାରିବ ସୁନ୍ଦର ବରେ ଉପସ୍ଥାପନା କରିଥିଲେ |

Omkar Vasthu
Omkar Vasthu

ଅଷ୍ଟମ ଶ୍ରେଣୀ ର ଭଉଣୀ ସିମରନ ପାତ୍ର ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୀବନୀ ବିଷୟରେ କହିଥିଲେ |ଏହି ଉତ୍ସବ ରେ ଗଣିତ ପ୍ରତିଯୋଗିତା ରେ ଭାଗ ନେଇଥ‌ିବା କୃତୀଶିଶୁ ଭାଇ ଓ ଭଉଣୀଙ୍କୁ ପୁରସ୍କାର ବିତରଣ ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଓ ଅତିଥୂଙ୍କ ଦ୍ବାରା କରାଯାଇଥୁଲା ପରିଶେଷରେ ର ଶ୍ରୀଯୁକ୍ତ ଭଗବାନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ | ସେହିପରି ମାତୃକର୍ମଶାଳା ରେ ମୁଖ୍ୟ ଅତିଥ୍‌ ଭାବରେ ରାମହରୀ ନଗର ଶିଶୁ ବିଦ୍ୟା ମନ୍ଦିର ର ଶିଶୁବାଟିକା ପ୍ରମୁଖ ଶ୍ରୀଯୁକ୍ତ ରାମ ପ୍ରସାଦ ମହାଁନ୍ତି ଓ ପରିଚାଳନା ସମିତିର ଯୁଗ୍ମସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା, ପୁରୁଷୋତ୍ତମପୁର କାନକା କ୍ଲଷ୍ଟରର ସି. ଆର. ସି. ସି ଶ୍ରୀଯୁକ୍ତ ହେମନୁ କୁମାର ବେହେରା ଓ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ଉପସ୍ଥିତ ହୋଇଥିଲେ |

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଶର୍ମିଷ୍ଠା କୁମାରୀ ନାୟକ ପରିଚାଳନା କରିଥିଲେ ଓ ଶ୍ରୀମତୀ କବିତା କୁମାରୀ ସାହୁ ଅତିଥ୍‌ଙ୍କ ପରିଚୟ ପ୍ରଦାନ କରିଥିଲେ | ଅତିଥି ଶିଶୁ ଭାଇ ଭଉଣୀ କିପରି ଜୀବନ ରେ ଉନ୍ନତି କରିପାରିବେ ଓ ମା ମାନଙ୍କ ଦାୟିତ୍ବ କଣ ତାହାକୁ ଅତି ସୁନ୍ଦର ଭାବରେ ପ୍ରଦାନ କରିଥିଲେ |ବହୁ ସଂଖ୍ୟା ରେ ମାଆ ମାନେ ଯୋଗଦାନ କରିଥିଲେ ଓ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ | ମାଆ ମାନେ କିଛି ନୂତନ କଥା ଶିଖୁଥିଲେ ପରିଶେଷରେ ଶ୍ରୀମତୀ ପ୍ରଜ୍ଞା ରାଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ | ପ୍ରସାଦ ସେବନ ପରେ ମାଆ ମାନେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.