ସୁଜନ ନାଗ ଫୁଟବଲ, ସେମିରେ ସୋନପୁର ଶ୍ରୀୟାଂଶ ଟିମ୍

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ରୟାଲ ପଡିଆରେ ଚାଲିଥିବା ୧୨ତମ ସୁଜନ ନାଗ ମେମୋରିଆଲ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ଵିତୀୟ ଦିନ ମ୍ୟାଚ ସୋନପୁରର ଶ୍ରୀୟାନ୍ସ ସ୍ପୋର୍ଟି ଏବଂ କଳାପଥରର ଇଲେଭେନ ଷ୍ଟାର ଦଳ ମଧ୍ୟରେ ହୋଇଥିଲା। ଏଥିରେ ଶ୍ରୀୟାନ୍ସ ସ୍ପୋର୍ଟ ଦଳ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବେ ସାମ୍ବାଦିକ ଗୋରେଖନାଥ ସାହୁ, ସମ୍ମାନିତ ଅତିଥି ଭାବେ ଗୁଣନିଧୁ ମେହେର, ପଦ୍ମନାଭ ଧାରୁଆ, ଶଙ୍କର୍ଷଣ ପଟ୍ଟନାୟକ, ବାବୁଲା ବେବର୍ତା, ଅନିଲ ଭାଇନା, ଗୌତମ ପାତ୍ର, ସଂଜୀବ ମହାରଣା, ଭୁବନ ମେହେର ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ବେଷ୍ଟ ଡିଫେନ୍ସ ଭାବେ ରକି ଦଣ୍ଡସେନା, ବେଷ୍ଟ ଗୋଲ କିପର ରାହୁଲ ଓରାମ, ବେଷ୍ଟ ମିଡ଼ ଫିଲଡର ସୁବ୍ରତ ପାତ୍ର ଏବଂ ହିରୋ ଅଫ ଦି ମ୍ୟାଚ ଭାବେ ମୁନ୍ନା ସିଂ, ବେଷ୍ଟ ୱାଙ୍ଗର ଭାବେ ଅଜୟ ବରୁଆଙ୍କୁ ପୁରସ୍କୃତ କରଯାଇଥିଲା। ଦିନେଶ ପ୍ରଧାନ, ପ୍ରଶାନ୍ତ ସେଠୀ ଓ ଜଗତ ଜଗଦଲା ମ୍ୟାଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.