ସଡକ ସୁରକ୍ଷା ମାସ ଅବସରରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସଡକ ସୁରକ୍ଷା ମାସ-୨୦୨୫ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ଅଧିକାରୀଙ୍କ ଅନୁରୋଧ ଓ ବିଭାଗର ମିଳିତ ସହଯୋଗରେ ଜିଲ୍ଲା ଟ୍ରକ୍ ମାଲିକ ସଂଘ ପକ୍ଷରୁ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ସୋନପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ସମାରୁ ସାହୁ, ସମ୍ପାଦକ ଫଣିନ୍ଦ୍ର କୁମାର ଦାଶ, କୋଷାଧ୍ୟକ୍ଷ ରାଜୀବ ଲୋଚନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ର ଚକ୍ଷୁ ଡାକ୍ତର ଜାଗାବଳିଆ ସାହୁ ଙ୍କ ଉପସ୍ଥିତିରେ ସ୍ଥାନୀୟ ବ୍ଲକ୍ ଛକରେ ଶିବିର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିଡିଏମଓ ଡାକ୍ତର ପ୍ରଦୀପ ଗୁରୁ ଶୁଭ ଉଦଘାଟନ କରିଥିବା ବେଳେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା , ଏମଭିଆଇ ବିଶ୍ଵ ରଞ୍ଜନ ସାହୁଙ୍କ ସମେତ ଟ୍ରକ୍ ମାଲିକ ସଂଘ ର ଭାସ୍କର ଦାଶ, ଟୁନା ଦାଶ, କେଶବ ପୂଜାରୀ, ମାନୁ ସାହୁ, ସୁନୁ ସାହୁ, ଗୋପାଳ ଅଗ୍ରୱାଲ, ଟୁନା ସାହୁ, ସନ୍ତୋଷ ଅଗ୍ରୱାଲ , ସମୀର ଅଗ୍ରୱାଲ ପ୍ରମୁଖ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୋର୍ଡିନେଟର ମାନେଜ ପଣ୍ଡା ମହାନଦୀ ଚିକିତ୍ସାଳୟ ସହିତ ଯୋଗାଯୋଗ କରିଥିବା ବେଳେ ଏହି ଶିବିରରେ ପ୍ରାୟ ୭୦ ଜଣ ଚକ୍ଷୁ ପରୀକ୍ଷା କରିଥିବା ବେଳେ ଦୁଇ ଜଣ ମୋତିଆ ବିନ୍ଦୁ ଅପରେସନ ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟ କୁ ରେଫର୍ ହୋଇଥିବା ଜଣା ପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.