ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣ ଲୋକ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳାର ଦ୍ବିତୀୟ ସାଂସ୍କୃତିକ ସନ୍ଧ୍ୟା କାର୍ଯକ୍ରମ କୁ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ।
ସେ ଏହି ଅବସରରେ ସୁବର୍ଣ୍ଣପୁର ର କଳା ସଂସ୍କୃତି ପର୍ଯ୍ୟଟନ , ନୌ-ବାଣିଜ୍ୟ ଗାଥା ଓ ପାଟ ଶିଳ୍ପ ଦେଶ ବିଦେଶ ରେ ଖ୍ୟାତି ଲାଭ କରିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଶ୍ରୀ ରାମ ପ୍ରସାଦ ସାହୁ ଯୋଗଦେଇ ମନ୍ଦୀର ମାଳିନୀ ସୁବର୍ଣ୍ଣପୁର ଜିଲ୍ଲାରେ ଯୋଗ ଦେବା ପରେ ମୁଁ ଏ ତନ୍ତ୍ର ମନ୍ତ୍ର ଯନ୍ତ୍ର ପୀଠ ଓ ଲୋକଙ୍କ ଆଚାର ବ୍ୟବହାରରେ ଅଭିଭୂତ ହୋଇଛି ବୋଲି କହିଥିଲେ।
ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ମହୋତ୍ସବ ର ଦ୍ବିତୀୟ ସନ୍ଧ୍ୟା ସାଂସ୍କୃତିକ ସଭାକୁ କବି ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା ଆମେ କରିଥିଲେ। ଏଡିଏମ୍ ଅଞ୍ଜଳିନା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଆଜି ଦ୍ବିତୀୟ ସନ୍ଧ୍ୟା ରେ ସୋନପୁର ସଂଗୀତ ମହା ବିଦ୍ୟାଳୟର ଓ ବାଙ୍କୀ ସଂଗ୍ରାମ ଡାନ୍ସ ଏକାଡେମୀ ର ଓଡ଼ିଶୀ ନୃତ୍ୟ, ମଥୁରାର ମୟୁରୀ, ଦିଗପହଣ୍ଡି ର ପଶୁ ନୃତ୍ୟ, କୋରାପୁଟର ଢେମସା, ରାଜସ୍ଥାନର କଲାବେଲିଆ, ଆସାମ ର ବିହୁ, ଫୁଲବାଣୀ ର କନ୍ଧ ଡାନ୍ସ ଇତ୍ୟାଦି କଳାକାରଙ୍କ ନାଚ ଗୀତକୁ ଦର୍ଶକ ବିଳମ୍ବିତ ରାତି ଯାଏ ଉପଭୋଗ କରିଥିଲେ।