ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଯୁବତୀ ମାନଙ୍କୁ ଆତ୍ମ ସୁରକ୍ଷା ଦେବା ପାଇଁ ଓଡ଼ିଶା ସରକାର ପ୍ରତି ଶିକ୍ଷାନୁଷ୍ଠାନରେ ତାଲିମ ପ୍ରଦାନ କରୁଛନ୍ତି। ଏହାଦ୍ବାରା ଯୁବତୀ ମାନେ ନିଜକୁ ସୁରକ୍ଷିତ ରଖିବା ସହ ସେମାନଙ୍କର ଆତ୍ମଶକ୍ତିର ବିକାଶ ହେଉଛି। ତାକୁ ଆଧାର କରି କଳାହାଣ୍ଡି ଜିଲ୍ଲାର କଶୃପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବତୀମାନଙ୍କ ଅଷ୍ଟଦିବସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଆତ୍ମ ସୁରକ୍ଷା ତାଲିମ ଯୁବତୀ ମାନଙ୍କ ପାଇଁ ବରଦାନ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଗୋପାଳ ଚନ୍ଦ୍ର ପ୍ରଧାନ, ଗ୍ରନ୍ଥାଗାରିକ ସୋମବାରୁ ପ୍ରଧାନ ଓ ପ୍ରଶିଶିକ୍ଷା ଭାବରେ ତପସ୍ୱିନୀ ମାଝୀ ଯୋଗଦେଇ ଯୁବତୀମାନକୁ ତାଲିମ ଦେଇଥିଲେ। ଖେଳ ଶିକ୍ଷକ ସରୋଜ କୁମାର ପରିଡ଼ା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.