ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରର ବାର୍ଷିକ କ୍ରୀଡ଼ା 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିରର (ମୁନା ଗୈାଡ): ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରର ବାର୍ଷିକ କ୍ରୀଡ଼ା ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଘନଶ୍ୟାମ ବେହେରା ଏହି ଉତ୍ସବକୁ ଉଦ୍ଘାଟନ କରି କ୍ରୀଡ଼ା ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିବା ସହ ଶୃଙ୍ଖଳା ତଥା ସହଯୋଗୀ ମନୋଭାବ ନିର୍ମାଣ ହୋଇଥାଏ ବୋଲି କହିଥିଲେ। ସେହିପରି ମୁଖ୍ୟ ଅତିଥି ପ୍ରଫେସର୍ ପୀତବାସ ଭୋଇ କହିଥିଲେ ଯେ, କ୍ରୀଡ଼ା ଦ୍ଵାରା ଜଣେ ବ୍ୟକ୍ତି ପୂର୍ଣ୍ଣାଙ୍ଗ ରୂପ ପାଇଥାଏ ଓ ଜଣେ ସକ୍ରିୟ ନାଗରିକର କର୍ତ୍ତବ୍ୟ କଣ ଶିଖାଇଥାଏ। ଅଂଶ ଗ୍ରହଣ କାରି ମାନେ ପ୍ରଥମେ କ୍ରୀଡ଼ା ପତାକା ଉତ୍ତୋଳନ କରି ଶପଥ ପାଠ କରିଥିଲେ। ମହାବିଦ୍ୟାଳୟର କ୍ରୀଡ଼ା ଉପ ସଭାପତି ଡ଼. କୌତୁକ ପନ୍ଦର ପ୍ରାରମ୍ଭିକ ସୂଚନା ସୂଚନା ଦେଇଥିଲେ। ଡ଼. ଅମୃତ ସିଂ ବରିହା, ଡ଼. ଅଶୋକ କୁମାର ମହାରଣା, ହୃଷୀକେଶ ଦାସ, ଡ଼. ରମଣି ନାଏକ, ଡ. ମଧୁସ୍ମିତା ମିଶ୍ର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ। ପ୍ରକାଶ ଥାଉକି ଏହି ମହାବିଦ୍ୟାଳୟର ନିଜସ୍ଵ ଖେଳ ପଡ଼ିଆ ନଥିବାରୁ ସରକାରୀ ଟାଉନ୍ ଉଚ୍ଚ ବିଦ୍ୟାଳୟର ଖେଳପଡିଆରେ ଏହି କ୍ରିଡ଼ା ଆୟୋଜିତ ହୋଇଥିଲା। ନିଜର ଖେଳ ପଡ଼ିଆ ପାଇଁ ଛାତ୍ର ଛାତ୍ରୀ ମାନେ ଦାବି କରୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.