କଳାହାଣ୍ଡିରେ ସ୍ବାବଲମ୍ବୀ ଭାରତ ଅଭିଯାନର ଡିଜିଟାଲ ସ୍ୱାକ୍ଷର ଅଭିଯାନର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସୋମବାର ସ୍ୱଦେଶୀ ଜାଗରଣ ମଞ୍ଚ, ଅଖିଳ ଭାରତୀୟ ଅଧିବକ୍ତା ପରିଷଦ, କଳାହାଣ୍ଡିଙ୍କ ମିଳିତ ସହଯୋଗରେ ସ୍ବାବଲମ୍ବୀ ଭାରତ ନିର୍ମାଣ ପାଇଁ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ସ୍ବାବଲମ୍ବୀ ଭାରତ ଅଭିଯାନର ଡିଜିଟାଲ ସ୍ୱାକ୍ଷର ଅଭିଯାନର ଶୁଭାରମ୍ଭ ହୋଇଯାଇଛି l ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜ ବିହାର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧିବକ୍ତା ପରିଷଦ, ଜିଲ୍ଲା ସଭାପତି ସନ୍ତୋଷ କୁମାର ମୁଣ୍ଡ ଓ ସ୍ବାବଲମ୍ବୀ ଭାରତ ଅଭିଯାନର ଜିଲ୍ଲା ସମନ୍ୱୟକ ତଥା ମଞ୍ଚର ପ୍ରାନ୍ତ ସମ୍ପର୍କ ପ୍ରମୁଖ ଯୁବ ଉଦ୍ୟୋଗୀ ପ୍ରତୀକ ଯୋଷୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଯୁବ ସମାଜ ସ୍ୱାବଲମ୍ବୀ ହେଲେ ସ୍ବାମୀଜୀଙ୍କ ସ୍ୱପ୍ନର ଭାରତ ନିର୍ମାଣ ହୋଇପାରିବ l ତେଣୁ ସ୍ୱାମୀଜୀଙ୍କ ଜନ୍ମ ଦିନ ଓ ରାଷ୍ଟ୍ରୀୟ ଦିବସରେ ଯୁବ ସମାଜ ନିଜ ସ୍ୱରୋଜଗାରକ୍ଷମ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଦେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ସଂକଳ୍ପ କରିବା ଆବଶ୍ୟକ ବୋଲି ମାର୍ଗଦର୍ଶନ କରିଥିଲେ l ମଞ୍ଚର ଜିଲ୍ଲା ସମ୍ପର୍କ ପ୍ରମୁଖ ଗଜିନ୍ଦ୍ର ଡାକୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ନଗର ଓ ଆଖ ପାଖ ଅଂଚଳର ଯୁବ ଉଦ୍ୟୋଗୀ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ l ଏହି ଅଭିଯାନ ଆଜି ଠାରୁ ଏକମାସ ବ୍ୟାପୀ ଚାଲିବ ଓ ବିଶେଷ ଭାବରେ ଯୁବ ବର୍ଗ ମହିଳା ଜନ ସାଧାରଣଙ୍କୁ ଏହି ସ୍ୱାକ୍ଷର ଅଭିଯାନରେ ସାମିଲ କରାଯିବ ବୋଲି ଜିଲ୍ଲା ସମ୍ପର୍କ ପ୍ରମୁଖ ହଜିନ୍ଦ୍ର ଡାକୁଆ ସୂଚନା ଦେଇଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.