ଜେସିବି ତଳେ ଚାପିହୋଇ ଶ୍ରମିକ ମୃତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): କଣ୍ଟାବାଞ୍ଜି ରେଳୱେ ଷ୍ଟେସନରେ ବଡ଼ ଅଘଟଣ । ରେଳୱେର ଉନ୍ନତିକରଣ ଚାଲିଥିଲା ବେଳେ ଜେସିବି ଓ କାନ୍ଥ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ । ତେବେ ଆଉ ଜଣେ ଶ୍ରମିକ ଗୁରୁତର ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, କଣ୍ଟାବାଞ୍ଜି ରେଳବାଇ ଷ୍ଟେସନ ଭିତରେ ଅମୃତ ଭାରତ ଯୋଜନାରେ ଉନ୍ନତିକରଣ ଚାଲିଛି । ଜିଆରପି ଆଉଟ ପୋଷ୍ଟ ପାଖରେ ଥିବା ପାଚେରୀକୁ ଜେସିବି ଦ୍ବାରା ଭଙ୍ଗାଯାଉଥିଲା । ଏହି ସମୟରେ ଦୁଇଜଣ ଶ୍ରମିକ ଜେସିବି ଓ କାନ୍ଥ ତଳେ ଚାପି ହୋଇଯାଇଛନ୍ତି । ଜେସିବିର ସାମ୍ନାପଟ ବକେଟରେ ଜଣେ ଶ୍ରମିକ ଫସିଯାଇଥିବା ବେଳେ ଅନ୍ୟଜଣେ ଭଙ୍ଗା କାନ୍ଥ ତଳେ ଚାପି ହୋଇ ରହିଥିଲେ । ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ରେଳବାଇ ପୁଲିସ , ଆରପିଏଫ ଓ ଅନ୍ୟ ଅଧିକାରୀ ସାମିଲ ରହିଛନ୍ତି । ଅନ୍ୟଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତ ଶ୍ରମିକ ଜଣକ ହେଲେ ଉମେଶ ରିଶିଦେଭ ଓ ଗୁରୁତର ଆହତ ଜଣକ ହେଲେ କେଶୁ ରିଶିଦେଭ। ପୋଲିସ ଶବବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇ ଦେଇଛି।୨ ଜଣ ଶ୍ରମିକ ବିହାର ରାଜ୍ୟର ବୋଲି ଜଣାପଡ଼ିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.