ଓଡିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତରଗର୍ତ ଭାଟ୍ଟକୁମରଡ଼ା ସ୍ଥିତ ବାସୁଦେବ ସେଠୀ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତଦୁଇର ପ୍ରଥମ ଶ୍ରେଣୀ ଛାତ୍ରୀମାନଙ୍କ ନିମନ୍ତେ ଚାଲିଥିବା ଆତ୍ମସୁରକ୍ଷା ତାଲିମ୍ ଶିବିର ଶୁକ୍ରବାର ଦିନ ଉଦଯାପନ ହୋଇଯାଇଛି l ଅଧ୍ୟକ୍ଷା ଗୌରୀ କୁମାରୀ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପରିଚାଳନା କମିଟିର ପୂର୍ବତନ ସଭାପତି ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ଭାରତୀୟ ଷ୍ଟେଡ଼ ବ୍ୟାଙ୍କ ଶାଖାର ପରିଚାଳକ ଚି଼ଙ୍କୁ ଦାସ ଓ ସମ୍ମାନୀତ ଅତିଥିଭାବେ ଅନୁଷ୍ଠାନର ପୂର୍ବତନ ଅଧକ୍ଷ ବିଜୟ କୁମାର ଡାକୁଆ ପ୍ରମୁଖ ଯୋଗ ଦେଇ ଛାତ୍ରୀମାନଙ୍କୁ ନିର୍ଭିକ ଓ ଆତ୍ମବିଶ୍ୱାସୀ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ପରିସ୍ଥିତିର ମୁକାବିଲା କରିବା ପାଇଁ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରାଇଥିଲେ l ଏହି ପ୍ରଶିକ୍ଷଣ ଶିବିରକୁ ରାଜନୀତି ବିଜ୍ଞାନର ଅଧ୍ୟାପିକା ପ୍ରମୋଦିନୀ ରାଉତଙ୍କ ସଂଯୋଜନା କରିଥିବା ବେଳେ, ଡେମୋନଷ୍ଟିଟର କୁମୁଦ ରଞ୍ଜନ ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ତାଲିମ୍ ପ୍ରାପ୍ତ ପ୍ରଶିକ୍ଷୀକା ଦିବ୍ୟାନି ସାହୁ, ଓ ପୂଜାରାଣୀ ପ୍ରଧାନ ଅଂଶଗ୍ରହଣ କରି ଥିବା ବେଳେ ତାକୁ ଉଦବିଦ୍ଧ ବିଜ୍ଞାନ ଅଧ୍ୟାପିକା ରିତାରାଣୀ ରଥ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ ସମସ୍ତ କର୍ମଚାରୀ ବୃନ୍ଦଉପସ୍ଥିତ ରହି ସହଯୋଗ କରିଥିଲେ l