ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଏଡିଇଓ ସଚିନ ବିଭାର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ | ସରପଞ୍ଚ କରିସ୍ମା ନନ୍ଦ, ବିଜେପି ଟିକ୍ରାପଡ଼ା ମଣ୍ଡଳ ପ୍ରତିନିଧି ଗଦାଧର ବଗର୍ତ୍ତୀ, ସମିତି ସଭ୍ୟା ଶୋଭାବତୀ ଧରୁଆ, ୱାର୍ଡ ସଭ୍ୟ ବିଘ୍ନରାଜ ତାଣ୍ଡି ଅତିଥି ଭାବେ ଯୋଗଦେଇ ଭତ୍ତା ବଣ୍ଟନ କରିଥିଲେ | ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବୃଦ୍ଧବୃଦ୍ଧା, ବିଧବା ଓ ୮୦ %ରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମତା ଥିବା ଭିନ୍ନକ୍ଷମ ହିତାଧିକାରୀଙ୍କୁ ୩ ହଜାର ୫ ଶହ ଟଙ୍କା ଲେଖାଏଁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଥିଲା | ଗୌତମ ବରିହା, ମହେନ୍ଦ୍ର ଅମାତ, ଗୋପବନ୍ଧୁ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ରହିଥିଲେ |