ପୁରୁଷୋତ୍ତମପୁର ବ୍ଲକର ବରିଷ୍ଠ ଚାଷୀ ଧାନ ନେଇ ମିଲରେ ହେଲେ ହଟହଟା

ବସ୍ତା ପିଛା ୭କେଜି ମିଲରକୁ ଦେଲେ ଭଲ ନଚେତ ଧାନ ଖରାପ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକର ରଣଝାଲି ପଞ୍ଚାୟତ ଅନ୍ତର୍ଗତ ହତାପୁର ଗ୍ରାମର ବରିଷ୍ଠ ଚାଷୀ ସୂର୍ଯ୍ୟ ନାରାୟଣ ସାବତ ତାଙ୍କର ଟୋକେନ ସହିତ ଧାନ ଧରି ଭାଟ କୁମାରଡ଼ା ନିକଟ ସାବତ ମିଲ ଧାନ ମଣ୍ଡିକୁ ଧାନ ଦେବା ପାଇଁ ଯାଇଥିଲା ବେଳେ ମିଲର ଙ୍କ ଦୁର୍ବ୍ୟବହାର ସହିତ ଲଗାମ ଛଡା ଭାଷା ରେ ଚାଷୀଟି ଅତିଷ୍ଟ ଓ ବିବ୍ରତ ହୋଇ ପଡୁଛି | ଖାଲି ସେତିକି ନୁହଁ ବସ୍ତା ପିଛା ସାତ କେଜି ଧାନ ମିଲର କୁ ଦେଲେ ତାହା ଏଫକ୍ୟୁ ମାନ ନିର୍ଦ୍ଧାରଣ କରୁଛି, ଯଦି ତିନି କେଜି ଦେବାକୁ ଚାଷୀ ପ୍ରସ୍ତାବ ଦିଏ ତାହାହେଲେ ଖରାପ ମନ୍ତବ୍ୟ ସହ ତୁମଧାନ ଧରି ଚାଲି ଯାଅ, ତୁମ ଧାନ ଭଲ ନାହିଁ |କହି ଫେରାଇ ଦେଉଛନ୍ତି | ତେବେ ବିଚରା ଚାଷୀ ଟି ଗାଡିଭଡା ଦେଇ ଯାଇଥିଲା ବେଳେ ପୁଣି ଗାଡି ଭଡା ଦେଇଧାନ ଧରି ଘରକୁ ଫେରିବାକୁ ପଡୁଛି | ଯାହାଦ୍ୱାରା ଚାଷୀଟି ବହୁ ଅସୁବିଧା ର ସାମ୍ନା କରିବାକୁ ପଡୁଛି | ଏପଟେ ରାଜ୍ୟ ସରକାର ସମସ୍ତ ଙ୍କ ଧାନ ନିଆହେବ କୌଣସି ଅସୁବିଧା ହେବନି ବୋଲି କହୁଥିଲା ବେଳେ ଏପଟେ ଟୋକେନ ପାଇ ଚାଷୀ ଧାନ ନେଇ ହଟ ହଟା ହେବାର ନିଜେ ବିଜେଡିର ଗଞ୍ଜାମ ଜିଲ୍ଲା ର ସାଧାରଣ ସମ୍ପାଦକ ତଥା ହାଇକୋର୍ଟ ର ଓକିଲ ଥିବା ଶୁଭ୍ରାଂଶୁ ଶେଖର ସାବତ କହିଛନ୍ତି ଯେ ତାଙ୍କ ପିତା ସୂର୍ଯ୍ୟ ନାରାୟଣ ସାବତ ଙ୍କ ସହ ଅନେକ ଚାଷୀ ସେହି ମଣ୍ଡିକୁ ଯାଇ ହଟ ହଟା ହେଉଛନ୍ତି | ଯଦି ତାଙ୍କ ଭଳି ଜଣେ ବରିଷ୍ଟ ଚାଷୀ ଏପରି ଅସୁବିଧା ତଥା ମିଲର ଙ୍କ ମନ ମାନି ର ଶିକାର ହୁଅନ୍ତି ତେବେ ଅନ୍ୟ ଛୋଟ ଚାଷୀଙ୍କ ଅବସ୍ଥା କଣ ନହେଉଥିବ ବୋଲି ପ୍ରଶ୍ନ କରିଛନ୍ତି | ତେବେ ବିଜେପି ସରକାର କଥା ଦେଇ ତାଙ୍କ କଥା ରକ୍ଷା କରିବାରେ ସମ୍ପୂର୍ଣ ବିଫଳ ହୋଇ ଥିବାର ସେମାନେ କହିଛନ୍ତି | ଏହାସହ ଯୋଗାଣ ବିଭାଗ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଙ୍କ ଏହି ମିଲର ଙ୍କ ସହ କିଛି ମନ୍ଦ ଉଦେଶ୍ୟ ରହିଛି କି ବୋଲି ଶୁଭ୍ରାଂଶୁ ମତ ଦେଇଛନ୍ତି | ଯଦି ଏପରି ହୁଏ ତେବେ ବିଜେଡି ଚାଷୀ ମାନଙ୍କୁ ଧରି ରାଜ ରାସ୍ତା କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି |ଏହା ଏପରି ଗୋଟିଏ ମଣ୍ଡି କିମ୍ବା ମିଲ ନୁହଁ, ପୁରୁଷୋତ୍ତମପୁର ବ୍ଲକର ଅନେକ ଚାଷୀ ଏହି ପରି ଦୁର୍ଦଶା ର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.