ନର୍ଲାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରି ଦୀପଙ୍କ ଅଧ୍ୟକ୍ଷତାରେ ୭୬ ତମ ସାଧାରଣତନ୍ତ୍ର ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ଲା ତହସିଲଦାର ବଳଦେବ ବେହେରା, ବିଏସଏସଓ ପ୍ରଦୀପ ବେହେରା ପ୍ରମୁଖ ମଞ୍ଚାସୀନ ରହି ୭୬ ତମ ସାଧାରନତନ୍ତ୍ର ଦିବସ କିଭଳି ଆକର୍ଷଣୀୟ ଭାବରେ ପାଳନ କରିହେବ ସେ ନେଇ ସମସ୍ତଙ୍କ ମତାମତ ନେଇଥିଲେ । ବୈଠକରେ ନର୍ଲା ସେକ୍ସନ ଅଫିସର ଦିଗ ପଧାନ, ନର୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ବଦ୍ରୀପ୍ରସାଦ ମିଶ୍ର, ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଭବାନୀଶଙ୍କର ଦାସ, ଡିଗ୍ରୀ କଲେଜର ଓଡିଆ ଅଧ୍ୟାପକ ସୁଶାନ୍ତ ସାହୁ, ମାଉଣ୍ଟେନ କିଡ୍ସ ବିଦ୍ୟାଳୟର ଚେୟାରମେନ ନବୀନ କୁମାର ଦାସ, ନର୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଟୁକୁଲାଲ ସାହୁ, ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ଶାରିରୀକ ଶିକ୍ଷକ ନାରାୟଣ ପଧାନ, ଆରଡବ୍ଲୁଏସଏସର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ସ୍ୱାସ୍ଥ୍ୟକର୍ମୀ ସୁରେନ୍ଦ୍ର ସାହୁ, ସହକାରୀ ଯନ୍ତ୍ରୀ ଅନନ୍ତ ଚରଣ ମହାଲିକ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ପୋଲିସ ଏଏସଆଇ ଶମ୍ଭୁନାଥ ଠାକୁର. ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ବାରିକ, ଆଇସିଡିଏସ ସୁପରଭାଇଜର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଇଶ ଗ୍ରହଣ କରିଥିଲେ । ପ୍ରତିବର୍ଷ ନର୍ଲା ହାଇସ୍କୁଲ ପଡିଆରେ ଗଣ ପତାକା ଉତ୍ତୋଳନ ସକାଳ ୯ ଘଣ୍ଟା ସମୟରେ କରାଯାଉଥିବାରୁ ପ୍ୟାରେଡ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁତ ବିଳମ୍ବ ହେଉଥିବାରୁ ଛାତ୍ରଛାତ୍ରୀ ମାନେ ଖରାରେ ଦୀର୍ଘ ସମୟ ବସିବା କଷ୍ଟକର ହୋଇପଡୁଥିବାରୁ ପତାକା ଉତ୍ତୋଳନ ସମୟ ୮.୩୦ ରେ କରାଯାଉ ବୋଲି ବଦ୍ରୀ ପ୍ରସାଦ ମିଶ୍ର ପ୍ରସ୍ତାବ ଦେଇଥିଲେ । ସେହିଭଳି ଆଗରୁ ମିଳିତ ଭାବରେ ପ୍ୟାରେଡ ଅଭ୍ୟାସ କରାଯାଉ ନଥିବାରୁ ୧୨ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଉକ୍ତ ଦିନ ପ୍ୟାରେଡ କରିବା ବେଳେ କାହା ସହ କାହାର ତାଳମେଳ ଠିକ ରହୁନଥିବାରୁ ଏଥରକ ପ୍ୟାରେଡରେ ଅଂଶ ଗ୍ରହଣ କରୁଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପ୍ୟାରେଡର ପୂର୍ବାଭ୍ୟାସ କରାଯାଉ ଯାହା ଫଳରେ ପ୍ୟାରେଡ ଆହୁରି ଆକର୍ଷଣୀୟ ହୋଇପାରିବ ବୋଲି ଶାରିରୀକ ଶିକ୍ଷକ ନାରାୟଣ ପଧାନ ପ୍ରସ୍ତାବ ଦେଇଥିଲେ । ଏଣୁ ଦୁଇଦିନ ପୂର୍ବରୁ ସମସ୍ତ ବିଦ୍ୟାଳୟର ଶାରିରୀକ ଶିକ୍ଷକ ମାନଙ୍କ ସହଯୋଗରେ ପ୍ୟାରେଡ ପୂର୍ବାଭ୍ୟାସ କରାଯିବ ବୋଲି ନର୍ଲା ବିଡିଓ ଶ୍ରୀ ଦୀପ ମତବ୍ୟକ୍ତ କରିଥିଲେ । ଗ୍ରାଉଣ୍ଡରେ ପାନୀୟ ଜଳର ସୁ ବନ୍ଦୋବସ୍ଥ କରିବା ପାଇଁ ଶ୍ରୀ ଦୀପ ନର୍ଲା ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ବିଡ଼ିଓ ଶ୍ରୀ ଦୀପ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.