ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ଅନ୍ତର୍ଗତ ଧନଶୁଳି ଗ୍ରାମ ପଞ୍ଚାୟତର ଭାଲୁଯୋର ଗ୍ରାମର କବିଶ ସାନ୍ତା ଦାଦନ ଖଟିବାକୁ ଯାଇ ମୃତ୍ୟୁର ଶିକାର ହୋଇଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୁଚନା ଅନୁସାରେ ଜୟପାଟଣା ବ୍ଲକ ଅନ୍ତର୍ଗତ ଧନଶୁଳୀ ଗ୍ରାମ ପଞ୍ଚାୟତର ଭାଲୁଯୋର ଗ୍ରାମର କବିଶ ସାନ୍ତା (୩୦) ପରିବାର ପ୍ରତିପୋଷଣ ପାଇଁ ଗତ ତିନି ମାସ ତଳେ ସୁଦୁର ହାଇଦ୍ରାବାଦକୁ କାମ କରିବାକୁ ଯାଇ ସେଠାରେ ଏକ ପଥର କୁଆରି ବ୍ଳଷ୍ଟିଙ୍ଗ କାମରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ହେଲେ ଗତ ବୁଧବାର ରାତିରେ କାମ ସାରି ଆସି ରାତିରେ ଶୋଇଥିଲେ। କିନ୍ତୁ ସକାଳୁ ଦେଖିଲାବେଳକୁ ସେ ମୃତ୍ୟୁ ବରଣ କରିଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ତାଙ୍କର ମୃତଦେହ ଆଜି ଗାଁକୁ ଫେରିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି। କଵିଶଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ମଞ୍ଜୁଳା ସାନ୍ତା ଏବଂ ଦୁଇ ନାବାଳିକା ଝିଅ ଓ ଗୋଟିଏ ପୁତ୍ର ସନ୍ତାନ ଅଛନ୍ତି। ଏ ଅସହାୟ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମର ସର୍ବ ସାଧାରଣରେ ଦାବି କରିଛନ୍ତି।