ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜାତୀୟ କଂଗ୍ରେସ ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି କଟୁ ମନ୍ତବ୍ୟକୁ ନେଇ ସାରା ଦେଶରେ ବିଭିନ୍ନ ମହଲରେ ଆଲୋଚନା ସମାଲୋଚନା ଚାଲିଥିବା ବେଳେ ଶାସକ ବିଜେପି ଏହାକୁ ଦୃଢ଼ ବିରୋଧ କରିଛି। ଏଵଂ ବିଭିନ୍ନ ସ୍ଥାନରେ ପ୍ରତିବାଦ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। କଳାହାଣ୍ଡି ଜିଲ୍ଲା ନର୍ଲା ବିଜେପି ତରଫରୁ ମଧ୍ଯ ଏହାକୁ ଦୃଢ଼ ବିରୋଧ କରାଯାଇ ସୋନିଆ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ଅନିରୁଦ୍ଧ ପଧାନଙ୍କ ନେତୃତ୍ଵରେ ବରିଷ୍ଠ ବିଜେପି ନେତା ମନ୍ମୟ ଚାନ୍ଦ (ଜିତୁ), ବିଷ୍ଣୁ ଚରଣ ବଡପଣ୍ଡା, ଅଜୟ କୁମାର ନନ୍ଦ, ରୁପ୍ରା ମଣ୍ଡଳ ସଭାପତି ଗୁଣନିଧି ସାହୁ, ମୃଗରାଜ ନାଏକ, ନବୀନ ପଧାନ, ଲକ୍ଷ୍ମଣ ଦୀପ, ପଦ୍ମ ବାଗ, କୀର୍ତ୍ତି ମାହାର, ଶେଷ ନାଏକ ପ୍ରମୁଖ ନର୍ଲା ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିରରୁ ସୋନିଆ ଗାନ୍ଧୀଙ୍କ କୁଶ ପୁତ୍ତଳିକା ନେଇ ଏକ ଶୋଭା ଯାତ୍ରାରେ ବିଭିନ୍ନ ନାରାବାଜି କରି ଚାରିଛକକୁ ଆସି ସେଠାରେ ସୋନିଆ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।