ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

ଲାଞ୍ଜିଗଡ,୨୬/୭ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ଵନାଥପୁର ଅନ୍ତର୍ଗତ ସୀତାପୁର ଗ୍ରାମ ଠାରେ ଗୁରୁବାର ଅପରାହ୍ନରେ ବ୍ରଜପାତ ରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ରାୟଗଡ଼ା ଜିଲ୍ଲା ମୁନଗୁଡା ବ୍ଲକ ଜଗଦପୁର ଗ୍ରାମପଞ୍ଚୟତ ଅଧିନସ୍ଥ ଥୁଆପାଡି ଗାଁର ଧନୁର୍ଯ୍ୟ ଦୋରା (୧୮) । ସେ ସିତପୁର ଗାଁର ତାଙ୍କ ସମ୍ପର୍କୀୟ ଭାଇ ଘରକୁ ଆସିଥିଲେ । ସେଠାରେ ସେ ଅପରାହ୍ନ ରେ ଗାଈ ଚରାଇବାକୁ ଯାଇଥିବା ସମୟରେ ବଜ୍ରପାତ ଘଟିବାରୁ ଘଟଣା ସ୍ଥଳରେ ଅଚେତ ଅବସ୍ଥାରେ ପଡ଼ିଥିଲେ । ତାଙ୍କୁ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ବିଶ୍ଵନାଥପୁର ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ତଦନ୍ତ କରି ଆଜି (ଶୁକ୍ରବାର) ଶବ ବିଚ୍ଛେଦ କରିବାପାଇଁ ଲାଞ୍ଜିଗଡ ଡାକ୍ତଖାନା କୁ ପଠାଇଥିଲେ ।

Omkar Vasthu
Omkar Vasthu
Report by : Dukhishayam Nag (Nilesh), Correspondent Lanjigarh 
ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.