ଥାନା ଆଇଆଇସିଙ୍କ ସମେତ ପୋଲିସ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଲୋକେ

ଭୁବନେଶ୍ୱର,୨୬/୭ : ଜଣେ ନାବାଳକର ସଂଦେହ ଜନକ ମୃତ୍ୟୁକୁ ନେଇ ଜନତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ବିଳମ୍ବରେ ପହଞ୍ଚିଥିବାରୁ ଜନତାଙ୍କ ଆକ୍ରୋସର ଶିକାର ହୋଇଛି । ପୋଲିସକୁ ଗୋଡେଇ ଗୋଡେଇ ପିଟିଛନ୍ତି ଲୋକେ । ଘଟଣା ହେଉଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳର । ମିଳିଥିବା ସୂଚନା ଅନୁସାରେ ବାଲିଆପାଳ ଥାନା ଅନ୍ତର୍ଗତ ଇଡକୋ ଛକ ନିକଟରେ ଥିବା ରାଜଧାନୀ ଢାବାରୁ ଉଲୁଡା ଗାଁର ବିଜୟ ଦଳାଇ ନାମକ ଜଣେ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ମୃତ ବିଜୟ ଆଜକୁ ପ୍ରାୟ ଦୁଇ ବର୍ଷ ହେଲୀ ଏହି ଢାବାରେ କାମ କରି ଆସୁଥିଲେ । ଗତାକାଲି ରାତିରେ ଢାବାର ଅନ୍ୟ କର୍ମଚାରୀ ମାନେ ବିଜୟର ମୃତଦେହ ଦେଖି ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ । ରାତିରେ ଘଟଣା ଘଟିଥିବା ବେଳେ ପୋଲିସ ପରଦିନ ସକାଳୁ ପହଞ୍ଚି ଥିବାରୁ ଲୋକେ ତାତିଯାଇ ବାଲିଆପାଳ ଆଇଆଇସିଙ୍କ ସମେତ ପୋଲିସ କର୍ମଚାରୀ ମାନଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି । ମୃତ ନାବାଳର ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରିଛନ୍ତି । ନାବାଳକର ମୃତ୍ୟୁକୁ ସହଜଭାବେ ଗ୍ରହଣ କରିନପାରି ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି ସାଧାରଣ ଜନତା । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.