ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ପଦ୍ମଲୋଚନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମାଷ୍ଟର ଟ୍ରେନର ସଙ୍ଗୀତା ଘିଭେଲା ଓ ପୂଜା ମହାନନ୍ଦ ତାଲିମ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ ୧୦ ଦିନ ଧରି ଚାଲିଥିଲା। କଲେଜ ଅଧ୍ୟକ୍ଷ ପରାଶର ସାହୁଙ୍କ ଅଧ୍ୟକ୍ଷତାରେ ଓ ପ୍ରୋଗ୍ରାମ କୋର୍ଡିନେଟର ଆଶୁତୋଷ ରାଜପଲିଆଙ୍କ ସଂଯୋଜନାରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଵସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ସିଂ ଦେଓ ମୁଖ୍ୟ ଅତିଥି, ରାଜନୀତି ବିଜ୍ଞାନ ଅଧ୍ୟାପକ ଅଭୟ ଚୌଧୁରୀ, ଇଂରାଜୀ ଅଧ୍ୟାପକ ଲୋକନାଥ ବେହେରା, ଓଡ଼ିଆ ଅଧ୍ୟାପକ ଜୟକୃଷ୍ଣ ସାହୁ, ଇତିହାସ ଅଧ୍ୟାପକ ନବୀନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆତ୍ମରକ୍ଷା କୌଶଳର ମହତ୍ତ୍ୱ ଓ ରାଷ୍ଟ୍ର ଗଠନରେ ନାରୀର ଭୂମିକା ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ। ଏହି ଅଵସରରେ ତାଲିମ ନେଇଥିବା ସମସ୍ତ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ପ୍ରେମରାଜ ପଶାୟତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।