ଲାଞ୍ଜିଗଡ଼ରୋଡ଼ କ୍ଳଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ କ୍ଳଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଲାଞ୍ଜିଗଡ଼ରୋଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ପୂର୍ବତନ ସମିତି ସଭ୍ୟ ନୈାନୁଜ ରାଉତ, ଲାଞ୍ଜିଗଡ଼ରୋଡ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତରୁଣ କୁମାର ସାହୁ,

ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଭବାନୀଶଙ୍କର, ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଡମ୍ବରୁଧର ସେନାପତି, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାରତ ଭୁଷଣ ସାହୁ, ଶିକ୍ଷକ ସଂଘ ସଭାପତି ପ୍ରମୋଦ କୁମାର ମହାନ୍ତି, ଲାଞ୍ଜିଗଡ଼ରୋଡ଼ ମେଡିକାଲ ଅଫିସର୍ ଅନ୍ତର୍ଯ୍ୟାମୀ ରଣା, ଲାଞ୍ଜିଗଡ଼ରୋଡ଼ ମେଡିକାଲର ଫାର୍ମାସିଷ୍ଟ ପ୍ରମୁଖ ଯୋଗ ଦେଇଥିଲେ।

ଲାଞ୍ଜିଗଡ଼ରୋଡ଼ କ୍ଳଷ୍ଟର ସଂଯୋଜକ ଶ୍ରବଣ କୁମାର ସରାଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷୟିତ୍ରୀ ରିନା ମହାପାତ୍ର, ବିଜୟଲକ୍ଷ୍ମୀ ଓଝା, ଶିକ୍ଷକ ଉତ୍ତମ କୁମାର ସେନାପତି, ମନୋଜ ନାୟକ, ବିନୋଦ ଭୋଇ, ମୋହନ ନାୟକ, ମନୋଜ କୁମାର ପଣ୍ଡା, ଥବିର ଦୋରା, ଭୁବନେଶ୍ଵର ସାହୁ, ଗୋପିନାଥ ହରିଜନ ପ୍ରମୁଖ ପରିଚାଳନା କରି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏଥିରେ ଲାଞ୍ଜିଗଡ଼ରୋଡ଼ କ୍ଳଷ୍ଟର ଅନ୍ତର୍ଗତ ୧୪ ଗୋଟି ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହିତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଶିକ୍ଷକ ମନୋରଞ୍ଜନ ମହାନନ୍ଦ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ଲାଞ୍ଜିଗଡ଼ରୋଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାରୁଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.