ସରସ୍ଵତୀ ଶିଶୁ ମନ୍ଦିରରେ ମାତୃପିତୃ ପୂଜନ ଦିବସ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କୁସୁମଖୁଣ୍ଟି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ମାତୃପିତୃ ପୂଜନ ଦିବସ ପାଳିତ ହୋଇଛି। ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ସଭାପତି ବୃନ୍ଦାବନ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉପସଭାପତି ପରମେଶ୍ଵର ବାଗ, ଶୁଭେଚ୍ଛୁ ଭୁବନେଶ୍ଵର ନାଏକ, ବିକାଶ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବୃନ୍ଦାବନ ପୁଝାରୀ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି କ୍ରମରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ପିତାମାତା ଉପସ୍ଥିତ ଥିବାବେଳେ ସେମାନଙ୍କୁ ଛାତ୍ରଛାତ୍ରୀ ମାନେ ନିଜ ପିତାମାତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ ସହ ସେମାନଙ୍କ ମୁଣ୍ଡରେ ଚନ୍ଦନ ତିଳକ ଦେଇ ପୂଜା କରିଥିଲେ। ଗୁରୁଜୀ ଉତ୍ତମ ପଣ୍ଡା ଓ ପରମାନନ୍ଦ ବେମାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଗୁରୁଜୀ ମୁରଲୀ ଧର ପଟ୍ଟନାୟକ, ଦୁଷ୍ମନ୍ତ ପୁଝାରୀ, ଭିକାରୀ ଚରଣ ବିଷି, ଗୁରୁମା ସନ୍ଧ୍ୟାରାଣୀ ମହାରଣା, ମିନାକ୍ଷୀ ନାଗ, ଲିପ୍ସା ଭଞ୍ଜ, ସୁଲଗ୍ନା ଦାସ, ମିନତି ପଟ୍ଟନାୟକ, ବୈଶାଳୀ ନାଗ, ସେବକ ଗଗନେଶ୍ବର ବେହେରା, ସେବିକା ସଞ୍ଜିତା ଭାଟି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.