ଭୁବନେଶ୍ୱର,୨୭/୭ : ରାଜ୍ୟରେ ସମୁଦାୟ ୬୩୯୦ ଜଣ ଭିକାରୀ ରହିଛନ୍ତି । କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ ଭିକାରୀ ରହିଥିବାବେଳେ ଦେବଗଡ ଜିଲ୍ଲାରେ ସର୍ବନିମ୍ନ ୧୬ ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ବୌଦ୍ଧ ଜିଲ୍ଲାରେ ୧୯, ମାଲକାନଗିରିରେ ୨୧, ବଲାଙ୍ଗୀରରେ ୭୦୮, ମୟୁରଭଞ୍ଜରେ ୪୮୫, ଗଞ୍ଜାମରେ ୪୫୮ ଏବଂ ପୁରୀ ଜିଲ୍ଲାରେ ୧୨୦ ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ବିଧାନସଭାରେ ରାଜ୍ୟର ସମୁଦାୟ ଭିକାରି ସଂଖ୍ୟାର ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।