ମାର୍ଚ୍ଚ ୯ ରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ନାଟ୍ ମେଲା

• ଦ୍ୱାରିକାନାଥ ନାୟକ ପାଇବେ ରାଷ୍ଟ୍ରୀୟ ନାଟ୍ ସମ୍ମାନ

• ୨୧ ଜଣ ମଂଚ଼ ଅଭିନେତ୍ରୀ ପାଇବେ ନାଟ୍ ସରସ୍ବତୀ ସମ୍ମାନ

• ୭ ଜଣ କବି ପାଇବେ ନାଟ୍ ଉଦୟ କବି ପ୍ରତିଭା ସମ୍ମାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନାଟକ, ସାହିତ୍ୟ ଏବଂ ସମାଜସେବା ପ୍ରତି ସମର୍ପିତ ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡ଼ାଲ ଏସୋସିଏସନ ଫର ଏମେଚ୍ୟୋର ଥିଏଟର (ନାଟ୍) ମାର୍ଚ୍ଚ ୯ ତାରିଖରେ ଆୟୋଜିତ କରୁଛି ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୫ । ସ୍ଥାନୀୟ ସଂସ୍କୃତି ଭବନରେ ସକାଳ ୯ ଘଣ୍ଟା ୩୦ ମିନିଟରୁ ଆରମ୍ଭ ହୋଇ ଏହି ଉତ୍ସବ ଆୟରାହ୍ନ ୨ ଘଣ୍ଟାରେ ସମାପନ ହେବ ।

ଚଳିତ ବର୍ଷ ବିଶିଷ୍ଟ ସାହିତ୍ୟିକ ତଥା ନାଟ୍ୟକାର ଓ ନିର୍ଦ୍ଦେଶକ ଡ. ଦ୍ୱାରିକାନାଥ ନାୟକଙ୍କୁ ରାଷ୍ଟ୍ରୀୟ ନାଟ୍ ସମ୍ମାନରେ ସମ୍ମାନିତ କରାଯିବ ସହ ଆଗାମୀ ଏକ ବର୍ଷ ପାଇଁ ନାଟ୍ ର ସଭାପତି ଭାବେ ଅଭିଷିକ୍ତ କରାଯିବ ।

ରଂଗମଞ୍ଚ ପ୍ରତି ଦଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସମର୍ପିତ ଥିବା ରାଉରକେଲାର ନୀତା ଗୋସ୍ୱାମୀ, ପ୍ରିୟଦର୍ଶିନୀ ସ୍ୱାଇଁ, ନିବେଦିତା ଜେନା, ପ୍ରମିଳା ଜେନା, ସୁନ୍ଦରଗଡ଼ର ଲକ୍ଷ୍ମୀପ୍ରଭା ପତି, ଲତିକା ପଟ୍ଟନାୟକ, ସମ୍ବଲପୁରର ପୁଷ୍ପାଞ୍ଜଳି ବେହେରା, ମୀନା ବୋଷ ମିଶ୍ର, ମମତା ପଣ୍ଡା, ତୃପ୍ତି ପଣ୍ଡା, ଟିଟିଲାଗଡ଼ର ଶୋଭାରାଣୀ ସିହ୍ନା, ଭବାନୀପାଟନାର ବନିତା ଦୁର୍ଗା, ଚାରୁଲତା ଛତ୍ରିଆ , ଲୋଚନି ବାଗ, ବରଗଡ଼ର କନକ ଦଣ୍ଡସେନା, ମମତା ଦୀପ, ସୁଶୀଳା ନାୟର, ଅଞ୍ଜଳି ମହତ୍ତମ, ବଲାଙ୍ଗିରର ଶ୍ରୀରାଧା, ଶୁଭ୍ରାଂଶୀ ପାଣିଗ୍ରାହୀ ଏବଂ ସୁବର୍ଣ୍ଣପୁରର ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କୁ ନାଟ୍ ସରସ୍ବତୀ ସମ୍ମାନରେ ସମ୍ମାନିତ କରାଯିବ।

କବିତା ସପ୍ତସ୍ୱରରେ ଭାଗନେବାକୁ ଥିବା କବି ଲକ୍ଷ୍ମଣ ମିଶ୍ର, ଚନ୍ଦନ ନାଗ, ବଳବନ୍ତ ସାହୁ, ଜଗନ୍ନାଥ ସାହୁ, ଆଶିଷ କୁମାର ମିଶ୍ର, ସୁଜିତ କୁମାର ସତପଥି ଏବଂ ମୃଗେଶ ବୈଷ୍ଣବ ପାଣିଗ୍ରାହୀଙ୍କୁ ନାଟ୍ ଉଦୟ କବି ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ । ଏହା ବ୍ୟତିତ ଆମ ଅଂଚଳର ରଂଗମଂଚ ଏବଂ ଅଭିନେତ୍ରୀ ସମସ୍ୟା ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ନାଟ୍ ର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନାଟ୍ ର ସାଧାରଣ ସମ୍ପାଦକ ବନମାଳି ପଣ୍ଡା, ସାମାଜିକ କର୍ମୀ ଗୌରୀଶ୍ୟାମ ପଣ୍ଡା, କବି ଆର୍ତ୍ତତ୍ରାଣ ବାବୁ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ନାଟ୍ ସଂସ୍କୃତି କୋର କମିଟିର ସଦସ୍ୟ ସମୀର ସାହୁ ଉପସ୍ଥିତ ଥିଲେ । ନାଟ୍ ସମାଜସେବା କୋର କମିଟିର କାର୍ଯ୍ୟକାରୀ ଆବାହିକା ପ୍ରଜ୍ଞା ପରିମିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.