ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ଆଜି ହେଉଛି ଓଡ଼ିଆ ନୁଆଁ ବର୍ଷ, ହନୁମାନ ଜୟନ୍ତୀ ଓମେଷ ସଂକ୍ରାନ୍ତି, ତଥା ଗଞ୍ଜାମ ର ଗଣ ଯାତ୍ରା ଦଣ୍ଡ ନାଚର ଶେଷ ମେରୁ ଖୁଣ୍ଟ ଯାତ୍ରା | ପୁରୁଷୋତ୍ତମପୁର ବ୍ଳକ ମଧ୍ୟରେ ମୋଡା ବାଇ ଏକ ଦଣ୍ଡ, ରାଉଳ ପଲି ଏକ ଦଣ୍ଡ, କୋଳିଦାସ ପୁର ଏକ ଦଣ୍ଡ, ଜାମୁନି ଏକଦଣ୍ଡ, ଭାଟ କୁମରଡ଼ା ଏକ ଦଣ୍ଡ, ଶିକୁଳା ଦୁଇ ଦଣ୍ଡ,ବାଣ ନଈ ଏକଦଣ୍ଡ ସର୍ବପରି ପୁରୁଷୋତ୍ତମପୁର ସହର ରେ ଥିବା ଚାରିପୁଞ୍ଜା ଦଣ୍ଡ ଦଳ ମଧ୍ୟରୁ ଧୋବା ପୁଞ୍ଜା ର ଦୁଇ ଗୋଟି , ତେଲି ପୁଞ୍ଜା ର ଏକ ଗୋଟି ଏବଂ ଗୌଡ଼ ପୁଞ୍ଜାର ଏକ ଗୋଟି ମିଶି ଚାରିଗୋଟି ଦଳ 21 ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ କରିଥିଲେ, ଆଜି ତାର ପରି ସମାପ୍ତି ଘଟିଛି |ମେରୁ ଯାତ୍ରା ର ମେରୁଖୁଣ୍ଟି ରେ ପାଟ ଦଣ୍ଡୁଆଙ୍କ ଅଗ୍ନି ପରୀକ୍ଷା ମଧ୍ୟ ସମାପ୍ତ ହୋଇ ଯାଇଛି | ଏହା ପୂର୍ବରୁ ଦଣ୍ଡ ଦଳ ସହର ର ପ୍ରତେକ ସାହି କୁ ପରିଭ୍ରମଣ କରି ଦୁଆରେ ରଖାଯାଈଥିବା କୁମ୍ଭ କୁ ଢାଳି ଯାଆନ୍ତି | ଦିବା 11 ଘଣ୍ଟ ସମୟରେ ଧୁଳି ଦଣ୍ଡ 12 ଘଣ୍ଟ ରେ ପାଣି ଦଣ୍ଡ ଏବଂ1ଘଣ୍ଟରେ ବ୍ରାହ୍ମଣ ମାନଙ୍କ ଦ୍ୱାରା ପୂଜା, ହୋମ ପରେ ଅପରାହ୍ନ 2ଘଣ୍ଟ ରେ ମେରୁ ଖୁଣ୍ଟି ରେ ପାଟ ଭୁକ୍ତା ଙ୍କ ଅଗ୍ନି ପରୀକ୍ଷା ପରେ ଉପବାସ ରହିଥିବା ଭକ୍ତ ଓ ମାନସିକ ଧାରୀ ମାନେ ମେରୁ ଖୁଣ୍ଟ ପାଖରେ ଭୋଗ ରାଗ କରି କିଛି ଲୋକ କିଛି, ସ୍ଥାନରେ ଭୋଗ ସାରନ୍ତି ତ ଆଉକେତେ ଭକ୍ତ ନିଜ ଘରକୁ ଗାଡି ମୋଟର ରେ ଚାଲି ଯାଆନ୍ତି | ଭକ୍ତ ଙ୍କ ମନୋସ୍କାମନା ପୁର୍ଣ ନିମନ୍ତେ ଏବଂ ମାନସିକ ଦଣ୍ଡୁଆ ମାନଙ୍କ ଇଚ୍ଛା ପୂରଣ ନିମନ୍ତେ ଏହି 21 ଦିନିଆ 18 ଦିନିଆ, ଓ 13ଦିନିଆ ଦଣ୍ଡ ଯାତ୍ରା ର ପରିସମାପ୍ତି ଘଟିଛି | ଏହି ଯାତ୍ରାରେ ବହୁତ ଲୋକ ମେରୁ ଯାତ୍ରା କୁ ଆସୁଥିବା ଲୋକଙ୍କ ନିମନ୍ତେ ନବାତ ପଣା, ପାଣି, ଥଣ୍ଡା ପାନୀୟ ବୋତଲ, ଏବଂ ଦହିପଣା, ବଣ୍ଟନ କରିଥାନ୍ତି | ସେହି ଅନେକ ଙ୍କ ମଧ୍ୟରୁ ପୁରୁଷୋତ୍ତମପୁର ଏ ବି ଏସ ହଣ୍ଡା ସୋରୁମର ପ୍ରୋପାଇଟର ସଞ୍ଜୟ କୁମାର ମହାପାତ୍ର, ବିଜୟ କୁମାର ମହାପାତ୍ର, ଓ ଅକ୍ଷୟ କୁମାର ମହାପାତ୍ର, ଙ୍କ ସଂଯୋଜନା ରେ ଆସୁଥିବା ଯାତ୍ରୀଙ୍କ ନିମନ୍ତେ ଛୋଟ ଥଣ୍ଡା ବୋତଲ କୁ ମାଗଣାରେ ବଣ୍ଟନ କରାଯାଇଥିଲା | ଏହା କମ୍ବଳା ରସ ଓ ଲିମନ ରସ ଏବଂ ଜାମୁକୋଳି ରସ ରେ ପ୍ରସ୍ତୁତ ଏହି ବୋତଲ ଗୁଡିକ ପ୍ରବଳ ଖରାରୁ ରକ୍ଷା ପାଇବା କୁ ଆଖି ଆଗରେ ରଖି ହୋଣ୍ଡା ପରିବାରଙ୍କ ପକ୍ଷରୁ ଏପରି ଏକ ସ୍ୱାଦିଷ୍ଟ ପାନୀୟ ର ବଣ୍ଟନ ବ୍ୟବସ୍ତା କରାଯାଇ ଥିଲା | ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିବା ବ୍ୟକ୍ତି ମାନେ ହେଲେ, ଶିବ, ନାଗେଶ, ଜଗ ଦିଶ, ଦୀପକ, କିସାନ ଙ୍କ ସହଯୋଗ ରେ ଏହା କରାଯାଇଥିଲା | ସେହିପରି କାଳୀ ମନ୍ଦିର ପରିଚାଳନା ବୋର୍ଡ ର ସଭାପତି ଈଶ୍ୱର ଚନ୍ଦ୍ର ଗୌଡ଼ ଓ ରବୀନ୍ଦ୍ର ମହାରଣା ଏବଂକୃଷ୍ଣ ମହାରଣା ଏବଂ ଅନ୍ୟନ୍ୟ ସଦସ୍ୟ ଙ୍କ ସହଯୋଗ ରେ 10 ହଜାର ଲୋକଙ୍କ ନିମନ୍ତେ ମାଗଣା ଅର୍ଣ୍ଣ ପ୍ରସାଦ ସହିତ ବହଳିଆ ଡାଲମା ଏବଂ ଟମାଟ ଖଟା ର ବ୍ୟବସ୍ତା କରାଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ବିଜେପିର ଯଂଜ୍ଞ ନାରାୟଣ ଦାଶ, ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର,ପଣ୍ଡା, ପ୍ରେମାନନ୍ଦ ସାହୁ, ଅଶୋକ ସାମନ୍ତରା, ମନୋରଞ୍ଜନ ଦାଶ, ଚିତ୍ର ସେନ ବେହେରା , କାଉନ ସିଲର ଭାସ୍କର ବେହେରା, ବିପ୍ର ବେହେରା, ଭାଗିରଥି ବେହେରା, ଅତିଥି ଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇ ଥିଲା | ଏବଂ ପରେ ଲୋକମାନଙ୍କୁ ଅର୍ଣ୍ଣ ପ୍ରସାଦ ବଣ୍ଟନ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିବା ବ୍ୟକ୍ରି ମାନେ ହେଲେ ବନ୍ଧୁ ଶାସମଲ, ପିଣ୍ଟୁ ସାହୁ, କୋକିଳ ବେହେରା, ଚିନ୍ତା ମଣି ଗୌଡ଼, ସୁଶାନ୍ତ ଗୌଡ଼, ନନ୍ଦନ ବେହେରା, ରମେଶ ଚନ୍ଦ୍ର ଗୌଡ଼, ରୁପେଶ ଙ୍କ ସହିତ ବହୁ ଯୁବ ଗୋଷ୍ଟି, ସ୍ବେଛାସେବୀ ଓ କିଛି ନଗର ବାସୀଙ୍କ ପ୍ରତେକ୍ଷ ସହଯୋଗ ରେ ଏହି କାର୍ଯ୍ୟକ୍ରମ କରାଯାଇ ଥିଲା |
ତେବେ ହନୁମାନ ଜୟନ୍ତୀ ମଧ୍ୟ 26 ଗୋଟି ପାଞ୍ଚୟତ ମାନଙ୍କ ରେ ପାଳନ କରାଇଥିଲା ସେହିପରିପୁରୁଷୋତ୍ତମପୁର ରଥ ସାହିରେ ଥିବା ହନୁମାନ ମନ୍ଦିର ରେ ମଧ୍ୟ ହନୁମାନଙ୍କ ଜୟନ୍ତୀ