ଜାଲ ନୋଟ କରବାରକୁ ନେଇ ରୁପ୍ରାରୋଡରେ ଚାଞ୍ଚଲ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟର ବିଭିନ୍ନ ସ୍ଥାନରେ ଜାଲ ନୋଟ କାରବାର ଚାଲିଥିବାବେଳେ ବର୍ତ୍ତମାନ ଏହାକୁ ନେଇ ନର୍ଲା ଥାନା ଅନ୍ତର୍ଗତ ରୁପ୍ରାରୋଡ ବସ୍ତିରେ ଚାଲିଛି ଜୋରଦାର ଚର୍ଚ୍ଚା ଆଲୋଚନା। କିଛି ଦିନ ତଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଜାଲ ନୋଟ କାରବାରୀଙ୍କୁ ଭୁବନେଶ୍ୱରରେ ଠାବ କରିଛି। ନିକଟରେ ଟିଟିଲାଗଡ଼ର ସିକେର ଠାରେ ଦୁଇଜଣ ଲୋକ ଜାଲ ନୋଟ କାରବାର ମାମଲାରେ ଗିରଫ ହୋଇଛନ୍ତି। ଏହି ଘଟଣା ଜଣାପଡିବା ପରେ ବଲାଙ୍ଗୀର ସମେତ ପଡୋଶୀ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଚାଞ୍ଚଲ୍ୟ ଖେଳିଯାଇଛି। ବିଶେଷକରି ଏହାକୁ ନେଇ ନର୍ଲା ଥାନା ଅନ୍ତର୍ଗତ ରୁପ୍ରାରୋଡ ବସ୍ତିସାରା ଚାଲିଛି ଚର୍ଚ୍ଚା ଆଲୋଚନା। କଣ୍ଟାବାଞ୍ଜିରୁ ଟିଟିଲାଗଡ ଓ ରୁପ୍ରାରୋଡ ବସ୍ତିକୁ ଏହି ଚେର ଲମ୍ବିଥିବା କୁହାଯାଉଛି। କିଛି ଦିନ ତଳେ ରୁପ୍ରାରୋଡ ନିକଟସ୍ଥ ସାନ୍ଦୁଲ ନଦୀ ତଟରେ ବିଡ଼ା ବିଡ଼ା ନକଲି ନୋଟ ପଡ଼ିଥିବା ବହୁତ ଯୋରରେ ଚର୍ଚ୍ଚା ହେଇଥିଲା। ଏହା ପ୍ରମାଣିତ କରୁଛି ଯେ, ରୁପ୍ରାରୋଡରେ କେହି ଜଣେ କିମ୍ବା କିଛି ଲୋକ ନକଲି ନୋଟ କାରବାରରେ ସଂପୃକ୍ତ ଅଛନ୍ତି। ବସ୍ତିରେ ଏବେ ଚର୍ଚ୍ଚା ଚାଲିଛି ଯେ, ଗତ କିଛି ବର୍ଷ ପୂର୍ବେ ଜଣେ ବ୍ୟକ୍ତି ଲୋକଙ୍କ ଘରେ ମୁନସୀ କାମ କରୁଥିବା ତେବେ ସେ ରାତାରାତି କିପରି କୋଟିପତି ହେଲା। ସେ ଜାଲ ନୋଟ କାରବାରର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ୨୦୨୩ ମସିହାରେ ରାୟଗଡା ଅଞ୍ଚଳର କିଛି ଲୋକଙ୍କ ସହ ନୋଟ ଅଦଳ ବଦଳର ଡିଲ୍ ହୋଇଥିଲା। ପରବର୍ତ୍ତୀ ସମୟରେ କେସିଙ୍ଗା ସ୍ଥିତ ଦୁର୍ଗା ମଣ୍ଡପ ନିକଟରେ ଥିବା ରେଜେନ୍ସି ହୋଟେଲ ସମ୍ମୁଖରେ ଏକ ଧଳା ରଙ୍ଗର ଆର୍ଟିକା ଗାଡ଼ି ଭିତରେ ଏହି ଡିଲ ଚାଲିଥିବା ବେଳେ ରାୟଗଡା ଅଞ୍ଚଳରୁ ଆସିଥିବା ଉକ୍ତ ବ୍ୟକ୍ତି ମାନେ ଦୁଇଟି ବ୍ୟାଗରେ ଟଙ୍କା ବଦଳରେ କାଗଜ ପାତ୍ର ଭରି ଫେରାର ମାରିଥିଲେ। ଏହି ଘଟଣାକୁ ନେଇ କେସିଙ୍ଗା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ଜାଲ ନୋଟ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। କ୍ରାଇମବ୍ରାଞ୍ଚ ଏସଟିଏଫ, ପୋଲିସ ଓ ଅନ୍ୟାନ୍ୟ ବିଭାଗ ମଧ୍ୟ ଏ ଦିଗରେ ତତ୍ପର ଅଛନ୍ତି। ଏପଟେ ରୁପ୍ରାରୋଡରେ ଚାଲିଥିବା ଜାଲ ନୋଟ କାରବାର ବିଷୟରେ କିପରି ସୁରାକ୍ ପାଇ ପାରୁ ନାହାଁନ୍ତି ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ଜରୁରୀ ମନେହୁଏ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.