୨୦ଘଣ୍ଟା ପରେ ବ୍ୟବଚ୍ଛେଦ ହେଲା ଶବ
ଲାଞ୍ଜିଗଡ଼,୧/୮ : ସଡକ ଦୂର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହେବାପରେ ଦୀର୍ଘ ୨୦ ଘଣ୍ଟାପରେ ଶବ ବ୍ୟବଚ୍ଛେଦ ହୋଇଛି । ଏପରି ଏକ ଅଭାବନିୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ନଙ୍ଗଳବେଡା ଗ୍ରାମରେ । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ନଙ୍ଗଳ ବେଡା ଗ୍ରାମର ଭଗବାନ ସାହୁଙ୍କ ପୁତ୍ର ଜୋଶବନ୍ତ ସାହୁ ବୁଧବାର ରାତ୍ର ସାଡେ ୯ଟାରେ ସ୍ଥାନୀୟ ବେଦାନ୍ତ ଆଲୁମିନା ଅଧିନରେ ଥିବା ଜେସିପିଓ କମ୍ପାନୀକୁ ସି ସିପ୍ଟ ଡିଉଟି ପାଇଁ ଆସୁଥିବା ବେଳେ ନଙ୍ଗଳ ବେଡା ଓ ଲାଞ୍ଜିଗଡ଼ ମଝିରେ ଥିବା ଭାଟଗୁଡା ନିର୍ମାଣଧୀନ ବ୍ରିଜର ଏପ୍ରୋଚ ରୋଡ଼ଠାରେ ଟିଭିଏସ ଆପାଚି ବାଇକ(ଓଡି-ଜିରୋ ୮ଜି-୬୪୦୨) ରେ ଭାରସାମ୍ୟ ହରାଇ ବ୍ରିଜ ତଳେ ପଡି ମୃତ୍ୟୁ ବରଣ କରିଥିଲା। ରାତ୍ର ୧୦ଟା ସମୟରେ ସ୍ଥାନୀୟ ଲୋକେ ନଙ୍ଗଳ ବେଡା ଗ୍ରାମକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଲାଞ୍ଜିଗଡ଼ ଥାନାକୁ ଜଣାଇ ଥିଲେ। ପୋଲିସ ସେଠାରେ ପହଞ୍ଚି ଶବ ଜବତ କରି ଲାଞ୍ଜିଗଡ଼କୁ ଆଣି ଥିଲେ।
କିନ୍ତୁ ପରିବାରବର୍ଗ ଶବ ବ୍ୟବଚ୍ଛେଦ କରିବାକୁ ଦେଲେ ନାହିଁ । ସେମାନଙ୍କ ଦାବି ହେଲା ମୃତକର ବାପା ଆସିବାପରେ ଯାହାବି କରାଯିବ ।ମୃତକର ବାପା ଭଗବାନ ସାହୁ ଗତ ମାର୍ଚ୍ଚ ମାସରେ ବେଦାନ୍ତ ଗେଟ୍ ସମ୍ଭୁଖରେ ହୋଇଥିବା ଗ୍ରାମବାସୀ ଓ ପୁଲିସ ସଂଘର୍ଷ ଘଟଣାରେ ଜେଲରେ ଅଛନ୍ତି । ପୁଅର ମୃତ୍ୟୁ ଘଟିଥିବା ଯୋଗୁଁ ପରିବାର ଲୋକେ ବାପା ଆସିଲେ ଶବ ବ୍ୟବଚ୍ଛେଦ କରାଯିବ ବୋଲି କମ୍ପାନୀ ପାଖରେ ଜିଦ୍ ଧରି ବସିଥିଲେ। ପରେ ବହୁ ସମୟ ବୁଝାଶୁଝା ପରେ ପରିବାର ଲୋକେ ବୁଝିଥିଲେ ଓ ୨୦ଘଣ୍ଟା ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା ବୋଲି ଲାଞ୍ଜିଗଡ଼ ଏସଆଇ ବିପିନ କୁମାର କୂଳଦୀପ ପ୍ରକାଶ କରିଛନ୍ତି।
ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta