ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ମିଲେଟ ଓ ପୋଷଣ ଉପରେ ପ୍ରତିଯୋଗିତା ଓ କର୍ମଶାଳା 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଲୟରେ ଓଡ଼ିଶା ସରକାରଙ୍କ ମିଲେଟ ଉପରେ ଛାତ୍ରୀ ମାନଙ୍କ ମଧ୍ୟରେ ଏକ ଖାଦ୍ୟ ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜୁରୀ ପଣ୍ଡାଙ୍କ ଅଧ୍ୟକ୍ଷତା ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ପ୍ରିୟଦର୍ଶିନୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଭୂତି ଭୂଷଣ ମେହେର । ଛାତ୍ରୀମାନେ ନିଜ ନିଜ ପ୍ରସ୍ତୁତି କରିଥିବା ଖାଦ୍ୟ ପରିବେଷଣ କରିଥିଲେ  ଗୃହ ବିଜ୍ଞାନ ଅଧ୍ୟାପିକା ଅର୍ଚ୍ଚନା ଗୁଚ୍ଛି ଓ ଝରଣା ପ୍ରଧାନଙ୍କ ମାର୍ଗଦର୍ଶନରେ । ନିଶ୍ଚିତ ଭାବେ ଇଏ ସରକାରଙ୍କ ଏକ ଉତ୍ତମ ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିରେ ଶତାଧିକ ଛାତ୍ରୀ ଯୋଗଦେଇଥିବା ବେଳେ ଉପାସନା ସାହୁ ପ୍ରଥମ, ଆରତୀ ବାଗ ପ୍ରଥମ, ସିଲକି ମହାନ୍ଦନ ଦ୍ୱିତୀୟ, ପ୍ରିୟା ଦୁର୍ଗା ଦିତୀୟ, ପଲ୍ଲବୀ ରାଉତ ଦ୍ବିତୀୟ, କୁରଙ୍ଗିନି ମାଝୀ ଦିତୀୟଏହି ଛଅଜଣଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀମତୀ ଜୟନ୍ତୀ କୁମାରୀ ମୁଦୁଲି, ଇଂରାଜୀ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ସରୋଜ କୁମାର ମେହେର , ଶିକ୍ଷା ବିଭାଗର ମୁଖ୍ୟ ଶ୍ରୀମତୀ ସୁଜାତା ମହାନ୍ତି, ଇତିହାସ ବିଭାଗ ମୁଖ୍ୟ ପଦ୍ମାଳୟା ଦଣ୍ଡସେନା । ଅଧ୍ୟାପିକା ରୋଜାଲିନ ଚିହ୍ନାରା,ସନ୍ଧ୍ୟା ବାରିକ, ଲୁସି ଗଉଡ, କୁମୁଦିନୀ ନାଏକ, ପାଠାଗାର ମୁଖ୍ୟ ଶ୍ରୀଯୁକ୍ତ ଲକ୍ଷ୍ୟପତି ନାଏକ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.