ଅନୁଷ୍ଠିତ ହେଲା ସ୍ନାତକୋତ୍ତର ଶିକ୍ଷା ବିଭାଗ ପୁରାତନ ଛାତ୍ର ସଂଘର ବାର୍ଷିକ ଉତ୍ସବ ‘ଶିକ୍ଷାଦୀପମ୍’

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟ ପରିସରରେ
ସ୍ନାତକୋତ୍ତର ଶିକ୍ଷା ବିଭାଗର ପୁରାତନ ଛାତ୍ର ସଂଘ ପକ୍ଷରୁ ଏହାର ବାର୍ଷିକ ଉତ୍ସବ ‘ଶିକ୍ଷାଦୀପମ୍’ ସଂପ୍ରତି
ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

ଏଥିରେ ମୁଖ୍ୟ ଅତିଥି ଭାବରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇଥିଲେ।
ବାର୍ଷିକ ଉତ୍ସବର ସଭାରେ ବିଭାଗର ପ୍ରାଧ୍ୟାପକ ପ୍ରଫେସର ଜ୍ୟୋତି ଶଙ୍କର ପ୍ରଧାନ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ। ସମ୍ମାନିତ ଅତିଥି ଭାବରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

କୁଳପତି ତଥା ମୁଖ୍ୟବକ୍ତା ନିଜର ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରି ସାମ୍ପ୍ରତିକ ସମୟରେ‌ ଜଣେ ପ୍ରକୃତ ଶିକ୍ଷକ ହେବା ଦିଗରେ ନିଜର ବ୍ୟକ୍ତିତ୍ବ ଗଠନର ଆବଶ୍ୟକତା ଅଛି ବୋଲି କହିଥିଲେ।

Udyog Nursery
Udyogi Nursery

ଏଥିସହିତ ବିଭାଗ ମୁଖ୍ୟ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ ତଥା ପ୍ରାଧ୍ୟାପକ ପ୍ରାଧ୍ୟାପିକା, ପୁରାତନ ଛାତ୍ର ସଂଘର ସମ୍ପାଦକ ଓ‌ କୋଷାଧ୍ୟକ୍ଷ‌ଙ୍କ ଉପସ୍ଥିତିରେ ପୁରାତନ ଛାତ୍ର ସଂଘର‌ ସଭାପତି ସଭାକାର୍ଯ୍ୟ ତୁଲାଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ସଂଘର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଯୋଗ ଦେଇଥିଲେ। ପୁରାତନ ଛାତ୍ର ସଂଘରେ ଅନ୍ତର୍ଭୁକ୍ତ ଶିକ୍ଷା ବିଭାଗର ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।‌
ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନେ ପୁରସ୍କୃତ ହୋଇଥିଲେ ।

ଏହି ଅବସରରେ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମନ୍ବିତ ବି.ଏଡ଼୍ – ଏମ୍.ଏଡ଼୍ , ତୃତୀୟ ବର୍ଷର ଛାତ୍ରୀ ସୁଲଗ୍ନା ପାଢ଼ୀ ସଭାକାର୍ଯ୍ୟ ପରିଚାଳନା କରିବା ସହିତ ସମନ୍ବିତ ବି.ଏଡ଼୍ – ଏମ୍.ଏଡ଼୍ , ଦ୍ବିତୀୟ ବର୍ଷର ଛାତ୍ରୀ ସାଧନା କୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.