କାର୍ଯ୍ୟକ୍ଷମ ହେଉନି ସିର୍ତିଗୁଡା ଗ୍ରିଡ : ସଫଳ ହେବ ତ ଇନଭେଷ୍ଟ କନ୍ଧମାଳ ?

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଜିଲ୍ଲାର ଯେ କୌଣସି ବ୍ଲକ ବା ପଞ୍ଚାୟତରେ ଶିଳ୍ପ ପ୍ରତିଷ୍ଠା ପାଇଁ ହେଲେ ବିଦ୍ୟୁତ ବ୍ୟବସ୍ଥା ହେଉଛି ପ୍ରଥମ । ବିନା ବିଦ୍ୟୁତରେ ଶିଳ୍ପ ଚାଲିବା ସମ୍ଭବ ନୁହଁ । ହେଲେ ଦାରିଙ୍ଗବାଡି ଅଞ୍ଚଳରେ ପ୍ରତି ଦିନ ଯେଭଳି ବିଦ୍ୟୁତ୍ ବିଭ୍ରାଟ ଓ ଭୋଲ୍ଟେଜ ର ସମସ୍ୟା ଦେଖା ଦେଉଛି ଦାରିଙ୍ଗବାଡିରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ହେବା ପରେ କାର୍ଯ୍ୟକାରୀ ଉପରେ ସନ୍ଧେହ ସୃଷ୍ଟି ହେଉଛି । ନୂଆଗାଁ ବ୍ଲକ ସିର୍ତ୍ତିଗୁଡା ଠାରେ ୧୦୦ କୋଟି ଟଙ୍କାରେ ନିର୍ମିତ ୨୨୦/୩୩ ଗ୍ରୀଡ ସବଷ୍ଟେସନ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ୨୦୧୬ ମସିହା ଫେବୃୟାରୀ ମାସରେ ତତ୍କାଳୀନ ଶକ୍ତିମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ବ୍ୟୟ ଅଟକଳ ଥିଲା ୧୦୨ କୋଟି ଟଙ୍କା। ଯୋଜନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗ୍ରୀଡରୁ ଏଠାକୁ ବିଦ୍ୟୁତ ଆସି ବାଲିଗୁଡା ଉପଖଣ୍ଡକୁ ଯୋଗାଣ ହୋଇ ଥାଆନ୍ତା। ୨୦୧୮ ମାର୍ଚ୍ଚ ମାସରୁ ଉକ୍ତ ଗ୍ରୀଡରୁ ବିଦ୍ୟୁତ ଯୋଗାଇ ଦେବାର ଲକ୍ଷ୍ୟ ରହିଥିଲା । ଉଦ୍ଦେଶ୍ୟ ଥିଲା, ବାଲିଗୁଡା, ଦାରିଙ୍ଗବାଡି, କୋଟଗଡ, ରାଇକିଆ, କେ ନୂଆଗାଁ, ତୁମୁଡିବନ୍ଧ ବ୍ଲକକୁ ଆବଶ୍ୟକ ଅନୁଯାୟୀ ବିଦ୍ୟୁତ ଯୋଗାଇ ଦେବା। ଧ୍ୟାର୍ଯ୍ୟ ସମୟ,ଅର୍ଥାତ ୨୦୧୮ ମସିହାରୁ ସବଷ୍ଟେସନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଛି। ସମସ୍ତ ଯନ୍ତ୍ରପାତି ସ୍ଥାପନ ସହିତ କୋଠାବାଡି କାମ ବି ସରିଛି। କିନ୍ତୁ ଇତି ମଧ୍ୟରେ ୯ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇପାରିନି । ଫଳରେ ଦାରିଙ୍ଗବାଡି ଇକୋ ରିଟ୍ରିଟ ଠାରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମିଳିତ ଉଦ୍ୟମରେ ହୋଇଥିବା ଇନଭେଷ୍ଟ କନ୍ଧମାଳ କେତେ ସଫଳ ହେବ ତାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି । ଗତ ଫେବୃୟାରୀ ୨୭ ତାରିଖ ଦିନ ୨ ଦିନ ଧରି ଇନଭେଷ୍ଟ କନ୍ଧମାଳ ଅନୁଷ୍ଟିତ ହୋଇଥିବା ବେଳେ ଜିଲ୍ଲାରେ ପର୍ଯ୍ୟଟନ, ଏଗ୍ରୋ ଟୁରିଜୀମ, ହସ୍ପିଟାଲିଟି, ଖାଦ୍ୟ ପ୍ରକ୍ରିୟାକରଣ ଓ ଏନର୍ଜି ଶିଳ୍ପ ପ୍ରତିଷ୍ଠା ପାଇଁ ୫୨୦ କୋଟି ଟଙ୍କାର ଇନଭେଷ୍ଟ କରିବା ପାଇଁ ପୁଞ୍ଜିପତି ମାନେ ରାଜି ହୋଇଥିଲେ । ୫୨୦ କୋଟି ମାଧ୍ୟରୁ ଖାଲି ଦାରିଙ୍ଗବାଡିରେ ପାଖାପାଖି ୩୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ରହିଛି । ହେଲେ ଦାରିଙ୍ଗବାଡି ଅଞ୍ଚଳରେ ଯେଭଳି ବିଦ୍ୟୁତ୍ ବିଭ୍ରାଟ ହେଉଛି ତାକୁ ନେଇ ଇନଭେଷ୍ଟ କନ୍ଧମାଳ କେତେ ସଫଳ ହେବ ତାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି । ଯେଉଁ ପୁଞ୍ଜିପତି ମାନେ ଦାରିଙ୍ଗବାଡି ଠାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଇଛୁକ ଅଛନ୍ତି ବିଦ୍ୟୁତର ଲୁଚକାଳୀ ଖେଳରେ ଶିଳ୍ପ ଅନେକ ସମୟରେ ବନ୍ଦ ରହିବା ଅନୁମାନ କରାଯାଉଛି । ଖାଲି ଯେ ବର୍ଷା ପବନ ହେଲେ ବିଦ୍ୟୁତ୍ କାଟ ହେଉଛି ତାହା ନୁହଁ ବରଂ ବିନା କାରଣରେ ମଧ୍ୟ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ ହେଉଛି । ଦିନରେ ଅଧା ସମୟ ବିଦ୍ୟୁତ୍ ରହିଲେ ଅଧା ସମୟ ରହୁ ନାହିଁ । ଭୋଲଟେଜ ର ମଧ୍ୟ ସମସ୍ୟା ରହିଛି । ଯଦି ଉକ୍ତ ଅଂଚଳରେ ଶିଳ୍ପ ପ୍ରତିଷ୍ଠା ହୁଏ ତାହାଲେ ୨୪ ଘଣ୍ଟାରେ ଅଧା ସମୟ ଶିଳ୍ପ ଚାଲିଲେ ଅଧା ସମୟ ବନ୍ଦ ରହିବା ଏକ ପ୍ରକାର ସୁନିଶ୍ଚିତ ହେବ । ଲୋଭୋଲ୍ଟେଜ୍ ହେଉ ଅବା ବିଦ୍ୟୁତ୍ ବିଭ୍ରାଟକୁ ରୋକିବାକୁ ହେଲେ ସିର୍ତିଗୁଡ଼ା ଗ୍ରିଡ କାର୍ଯ୍ୟକ୍ଷମ ଏକାନ୍ତ ଆବଶ୍ୟକ ରହିଛି । ଯଦି ଏହି ଗ୍ରିଡ କାର୍ଯ୍ୟକ୍ଷମ ହୁଏ ତାହାଲେ ଲୋଭୋଲ୍ଟେଜ୍ ର ସମସ୍ୟା ସହ ବିଦ୍ୟୁତ୍ କାଟ ସମସ୍ୟା ରହିବ ନାହିଁ । ଫଳରେ ଯେଉଁ ପୁଞ୍ଜିପତି ମାନେ ଦାରିଙ୍ଗବାଡି ଠାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ସେମାନଙ୍କ ଆଗ୍ରହ ବୃଦ୍ଧି ପାଇବ । ଏଣୁ ଇନଭେଷ୍ଟ କନ୍ଧମାଳ କୁ ସଫଳ କରିବାକୁ ହେଲେ ସିର୍ତିଗୁଡ଼ା ଗ୍ରିଡ୍ କାର୍ଯ୍ୟକ୍ଷମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏଣୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସିର୍ତିଗୁଡ଼ା ଗ୍ରିଡ୍ କୁ କିଭଳି କାର୍ଯ୍ୟକ୍ଷମ କରାହେବ ତାକୁ ନେଇ ଉଦ୍ୟମ କରିବା ଜରୁରୀ ବୋଲି ପୁଞ୍ଜିପତି ସହ ଅଞ୍ଚଳବାସୀ ଦାବି କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.