ବରିଷ୍ଠ ସହାୟକ ଲକ୍ଷ୍ମଣ ସା’ଙ୍କୁ ଲାଞ୍ଜିଗଡ଼ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ଅବସର କାଳୀନ ସମ୍ୱର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ରୋଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଲକ୍ଷ୍ମଣ ସା’ଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଲାଞ୍ଜିଗଡ଼ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ (ଏୟୁପିଟିଏଫ୍) ପକ୍ଷରୁ ଆୟୋଜିତ ଏହି ସମାରୋହ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରମୋଦ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

ଶ୍ରୀ ସା ୧ ମାର୍ଚ୍ଚ ୧୯୮୯ରେ ରାଧାକାନ୍ତ ଉଚ୍ଚ ବିଦ୍ୟାଳୟ, ଶାନ୍ତପୁର ଠାରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ଏବଂ ୧୩ ଏପ୍ରିଲ ୨୦୧୪ରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଯୋଗ ଦେଇଥିଲେ।

ଦୀର୍ଘ ବର୍ଷର ନିଷ୍ଠାପର ସେବା ପାଇଁ ତାଙ୍କୁ ଏହି ସମାରୋହରେ ସମ୍ମାନିତ କରାଯାଇଥିଲା।

ଏହି ସମାରୋହରେ ଲାଞ୍ଜିଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢ଼ଳଦେବ ମୁଣ୍ଡ, ଭାରତଭୂଷଣ ସାହୁ, ଲକ୍ଷ୍ମୀପ୍ରିୟା ମୁଦୁଲି, ସଂଘର ଜିଲ୍ଲା ସଭାନେତ୍ରୀ ଅର୍ଚ୍ଚନା ମିଶ୍ର, ଜିଲ୍ଲା କୋଷାଧ୍ୟକ୍ଷ ଶିବ ପ୍ରସାଦ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।

ସଂଘର ସଂପାଦକ ଏମ୍.ଏସ୍. ଶେଖର ସମାରୋହର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

କାର୍ଯ୍ୟକ୍ରମରେ ପ୍ରକାଶ ପ୍ରଧାନ, ରତ୍ନାକର ଦୋରା, ସୌଭାଗ୍ୟ ଗଞ୍ଜନ ସାହୁ, ଗୁରୁଗୋବିନ୍ଦ ମହାନ୍ତି, ଶରତ ଚନ୍ଦ୍ର ସାହାଣୀ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ତପନ କୁମାର ଭୋଇ, ସୁବାସ ନାୟକ, ବ୍ଲକ୍ କୋର କମିଟି ସଦସ୍ୟ ଜିତେନ୍ଦ୍ର ନାୟକ, ଭବାନୀ ବାରିକ, ନରୋତ୍ତମ ନାଗ, ବରିଷ୍ଠ ଶିକ୍ଷକ ଲିଙ୍ଗରାଜ ପ୍ରଧାନ, ରଘୁନାଥ ବେହେରା, ଥବିର ଦୋରା, ବିନୋଦ ବିହାରୀ ଭୋଇ, ଉତ୍ତମ ସେନାପତି ପ୍ରମୁଖ ସହଯୋଗ କରିଥିଲେ।

ଶିକ୍ଷକ ତପନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ବାରୁଣୀ ବରରୁଚି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.