କୁଡୁତୁଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କେବଳ ଛାତ୍ରୀ ଅଧ୍ୟୟନ ମସୁଧାକୁ ନେଇ ଜନ ଅସନ୍ତୋଷ

ବିଜ୍ଞାନ ଯୁକ୍ତ ଦୁଇ ଅଧ୍ୟୟନକୁ ନେଇ ଆଶା ଆଶଙ୍କାରେ ଅଭିଭାବକ

ବାଲିଗୁଡ଼ା ବିଧାୟକଙ୍କ ଆନ୍ଦୋଳନ ଚେତାବନୀ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କ.ନୂଆଗାଁ ବ୍ଲକ ଅନ୍ତର୍ଗତ କୁଡୁତୁଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ୨୫/୨୬ ଶିକ୍ଷାବର୍ଷରୁ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷରେ କେବଳ ଛାତ୍ରୀ ମାନଙ୍କ ଅଧ୍ୟୟନ ପାଇଁ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପ୍ରବେଶ ସୁଯୋଗ ମସୁଧାକୁ ନେଇ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଏହି ବ୍ଲକରେ ଯୁକ୍ତ ଦୁଇ ବିଜ୍ଞାନ ପଢିବା ପାଇଁ କୌଣସି କଲେଜ ନଥିବାରୁ ସରକାରୀ କୁଡୁତୁଲି ବାଳିକା ବିଦ୍ୟାଳୟକୁ ଉନ୍ନୀତ କରି ଶିକ୍ଷା ଆରମ୍ଭ କରାଯାଇଥିଲା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଉଚ୍ଚ ଶିକ୍ଷା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଗତ ୨୧/୨୨ ଶିକ୍ଷା ବର୍ଷରୁ ଉକ୍ତ ବିଦ୍ୟାଳୟରେ ଛାତ୍ର ଛାତ୍ରୀମାନେ ଛାତ୍ରାବାସରେ ରହି ଉଭୟ ସହଶିକ୍ଷା ପାଇ ଆସୁଛନ୍ତି। ପୁଣି ତିନି ତିନିଟି ବ୍ଯାଚ ମଧ୍ୟ ପୃଥକ ପୃଥକ ଭାବେ ନିର୍ମାଣ ହୋଇଥିବା ଛାତ୍ରଛାତ୍ରୀ ନିବାସରେ ରହିବା ସହିତ ବିଭକ୍ତି କରଣ ପାଚେରୀ ମଧ୍ୟ ଏଠାରେ ନିର୍ମାଣ ହୋଇ ଶୃଙ୍ଖଳିତ ଭାବେ ଶିକ୍ଷା ଗ୍ରହଣ କରି ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯାଇଛନ୍ତି। ଏହି ବିଦ୍ୟାଳୟରେ ଚଳିତ ବର୍ଷ ବିଜ୍ଞାନ ପ୍ରଥମ ବର୍ଷରେ ୭୪ ଜଣ ଓ ଦ୍ଵିତୀୟ ବର୍ଷରେ ୮୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଥିବା ବେଳେ ୭ ଜଣ ଅଧ୍ୟାପକ ଅଧ୍ୟାପିକା ମାନେ ଶିକ୍ଷାଦାନ କରି ଆସୁଛନ୍ତି। ତେବେ ଆଗାମୀ ଦିନରେ ଗୋଟିଏ ପରିସରରେ ରହୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କେବଳ ଛାତ୍ରୀ ମାନଙ୍କୁ ପ୍ରବେଶ କରିବା ପାଇଁ ଗତ ମାର୍ଚ୍ଚ ମାସ ତିନି ତାରିଖରେ ୧୫/୨୫ ନଂ ଚିଠିରେ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିବା ଏବେ ପ୍ରଘଟ ହେବା ପରେ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଅଞ୍ଚଳର ବୁଦ୍ଧିଜୀବୀ, ଛାତ୍ର, ଅଭିଭାବକ ଓ ପିତା ମାତା ଅସନ୍ତୋଷ ପ୍ରକାଶ କରିଛନ୍ତି। ହେଲେ ଏନେଇ ଅଧ୍ୟକ୍ଷ କେବଳ ପ୍ରସ୍ତାବରେ ସୀମିତ ଥିବା କହି କୌଣସି ଭୟଭୀତ ଓ ଆଶଙ୍କା ନକରିବା ପାଇଁ ଛାତ୍ର ଓ ଅଭିଭାବକଙ୍କୁ ନିବେଦନ କରିଥିବା ବେଳେ କିନ୍ତୁ ଏହି ପ୍ରସଙ୍ଗକୁ ନେଇ ବାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର ଅଧ୍ୟକ୍ଷଙ୍କ ଏତାଦୃଶ କାର୍ଯ୍ୟ କଳାପରେ କ୍ଷୋଭ ପ୍ରକାଶ କରି ଅଧ୍ୟକ୍ଷଙ୍କ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.