ଗଡିଆଯୋର ଆମ୍ବ ତୋଟା ଠାରେ ପଣ୍ଡରା ମାଳି ସମାଜର ବୈଠକ

ଆତ୍ମ ଘୋଷିତ କର୍ମକର୍ତ୍ତାଙ୍କୁ ନେଇ ଅସନ୍ତୋଷ 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଗଡିଆଯୋର ଆମ୍ବ ତୋଟା ଠାରେ କୋକସରା, ଗୋଲାମୁଣ୍ଡା, ଧର୍ମଗଡ଼ ବ୍ଳକ ପଣ୍ଡରା ମାଳି ସମାଜ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ କିଛିଦିନ ତଳେ ରଣମାଳ ଧାନ ମଣ୍ଡି ଠାରେ ଏକ ମହାସଭା ହୋଇଥିଲା ଏବଂ ଉକ୍ତ ବୈଠକରେ ସମାଜ ତରଫରୁ ବିଭିନ୍ନ ପଦପଦବୀ ଘୋଷଣା କରାଯାଇଥିଲା। ଉକ୍ତ ପଦପଦବୀ ବିରୋଧ କରି ଆଜି ଗଡିଆଯୋର ଆମ୍ବ ତୋଟା ଠାରେ କୋକସରା, ଗୋଲାମୁଣ୍ଡା, ଧର୍ମଗଡ଼ ବ୍ଳକର ପଣ୍ଡରା ମାଳି ସମାଜର ମୁଖ୍ୟ ଲୋକଙ୍କୁ ନେଇ ବିଦ୍ୟାଧର ନାଏକଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅନ୍ୟମାନଙ୍କ ମାଧ୍ଯମରେ ତୁଲେଶ୍ଵର ନାଏକ, ଥଵିର ନାଏକ, ପରମେଶ୍ବର ଲିମଗୋଛିଆ, ପ୍ରେମଲାଲ ନାଏକ, ଗିରି ପ୍ରସାଦ ନାଏକ, ଜୟ ଶଙ୍କର ନାଏକ, ସୁନ୍ଦର ଲାଲ୍ ନାଏକ, ଧନିଦ୍ର ନାଏକ, ଵିରୁ ନାଏକ, ବ୍ରହ୍ମ କିଶୋର ନାଏକ, ନୂତନ ନାଏକ, ଫକୀର ଚରଣ ନାଏକ, ବିରଞ୍ଚି ନାରାୟଣ ନାଏକ, ଗୋବିନ୍ଦ ନାଏକ, ଦେବରାଜ ନାଏକ, ଵିଡୁ ନାଏକ, ଚୌଧରୀ ନାଏକ, ଗୋବର୍ଦ୍ଧନ ନାଏକ, ସରଧାକର ନାଏକ, ସମେତ ତିନୋଟି ବ୍ଳକର ସମାଜକୁ ଭଳ ପାଉଥିବା ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସଭାରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ମନୋଜ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.