ସର୍ଗିଗୁଡାରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ 

ଯୋଗଦେଲେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାରେ ଚାଲିଥିଲା ୫୫ତମ ଚବିଶ ପ୍ରହର ନାମଯଜ୍ଞ। ରବିବାର ଶେଷ ରଜନୀ ହୋଇଥିବା ବେଳେ ବହୁ ଅତିଥି ଅଧିକାରୀ ଏଠିକି ଆସି ଯଜ୍ଞ ବେଦୀରେ ରାଧା କୃଷ୍ଣଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଶୁକ୍ରବାର ସକାଳ ୬.୫୧ ରୁ ଆରମ୍ଭ ହୋଇଥିବା ୨୪ ପ୍ରହର ନାମଯଜ୍ଞ ସୋମବାର ଦିନ ପୂର୍ଣ୍ଣାହୁତି ହୋଇଛି। ଶେଷ ରଜନୀରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଆସି ସାମିଲ ହୋଇ ପରିଚାଳନା କମିଟି ଓ ଗ୍ରାମବାସୀ ଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟାଳୟକୁ ଯାଇ ଭକ୍ତ ମାନଙ୍କ ସହ ପ୍ରସାଦ ସେବନ କରିଥିଲେ। ପିଲା ବେଳୁ ମୁଁ ସର୍ଗିଗୁଡାରେ ରହିଛି। ଏହି ଗାଁ ମୋତେ ମୋ ନିଜ ଗାଁ ଭଳି ଲାଗେ। ମୁଁ ସର୍ଗିଗୁଡା କୁ ବହୁତ ଭଲ ପାଏ। ମୋତେ ବି ଗାଁ ଲେକେ ବହୁତ ଭଲ ପାଆନ୍ତି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.