‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ର ‘ଭାଷାପକ୍ଷ’ ଉଦ୍‌ଯାପିତ

‘ଶୁଣ ଶୁଣ ଆହେ ସରକାର ଆମ ଭାଷା ଓ ସାହିତ୍ୟ ଦରକାର’ ଶୀର୍ଷକ ପ୍ରତୀକାତ୍ମକ କବିତା ପାଠ 

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ତରଫରୁ ପାଳନ କରାଯାଉଥିବା ‘ଭାଷାପକ୍ଷ’ର ଉଦ୍‌ଯାପନ ଦିବସ ନିରଂଜନ ରାଉତ ଓ ନିବାରଣ ଜେନାଙ୍କ ଯୁଗ୍ମ ସଭାପତିତ୍ୱରେ ‘ସ୍ରଷ୍ଟା’ ନାଟ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ତରଫରୁ ସାହିତ୍ୟିକମାନଙ୍କ ପ୍ରତି ଅବହେଳା କାରଣରୁ ଆଠବର୍ଷ ହେଲା ପୁରସ୍କାର ପ୍ରଦାନ କରାଯାଇ ନ ଥିବା, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ଵତ ସମ୍ବର୍ଦ୍ଧନାରେ ଅନିୟମିତତା, ସାଧାରଣ ପରିଷଦର ପୁନର୍ଗଠନ ନ ହେବା ତଥା ଏକାଡେମୀର ସଭାପତି ଓ ଉପସଭାପତି ପଦ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଯୋଗୁଁ ପ୍ରତୀକାମୂକ ଭାବରେ ଅନଶନ ତଥା ଧର୍ମଘଟ କରାଯାଇ କବିତାପାଠ, ବକ୍ତବ୍ୟ ତଥା ନାଟକ ପ୍ରଦର୍ଶିତ ହୋଇଥିଲା। 

ଜୁମରନାଥ ପାତ୍ର ଓ ଶାନ୍ତିଲତା ପଣ୍ଡାଙ୍କ ମିଳିତ ସଂଯୋଜନାରେ ‘ଶୁଣ ଶୁଣ ଆହେ ସରକାର ଆମ ଭାଷା ଓ ସାହିତ୍ୟ ଦରକାର’ ଶୀର୍ଷକ କବିତା ପାଠୋତ୍ସବରେ ଚାଳିଶ ଜଣରୁ ଊର୍ଦ୍ଧ୍ବ କବି ଓ କବୟିତ୍ରୀ କବିତାପାଠ କରି ହୃଦୟର ଉଦ୍‌ବେଗ ପରିପ୍ରକାଶ କରିଥିଲେ ।

ଏହି କବିତା ପାଠୋତ୍ସବରେ ଡ. ହରିଶ୍ଚନ୍ଦ୍ର ବେହେରା ପୌରୋହିତ୍ୟ କରିଥିବା ବେଳେ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଓ ‘ଚନ୍ଦ୍ରଭାଗା’ର ନିର୍ଦ୍ଦେଶକ କବି ଶ୍ରୀଦେବ ବକ୍ତା ଭାବରେ ଯୋଗ ଦେଇଥିଲେ। ଶରତ କୁମାର ମହାପାତ୍ର, ରାଜେନ୍ଦ୍ରନାଥ ରାଉତ, ଡ. ଭାଗବତ ପ୍ରସାଦ ଦାସ, ଅରୁଣା ରାୟ, ଡ. ହେମମାଳା ଦାଶ, ପ୍ରଦୀପ ଚାଟ୍ଟାର୍ଜୀ ପ୍ରମୁଖ ସାରସ୍ଵତ ସାଧକଗଣ ବକ୍ତବ୍ୟ ମାଧ୍ୟମରେ ସମସ୍ତ ଦାବୀକୁ ପରିପୂରଣ କରିବା ନିମିତ୍ତ ସରକାରଙ୍କ ଠାରେ ନିବେଦନ କରିଥିଲେ।

ଏହି ବିଷୟବସ୍ତୁକୁ ମୂଳ କରି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚିତ ଓ ନିରଂଜନ ରାଉତଙ୍କ ନିର୍ଦ୍ଦେଶିତ ‘ଶୁଣ ଶୁଣ ଆହେ ସରକାର’ ନାମରେ ଏକ ନାଟିକା ଜୁମରନାଥ ପାତ୍ର, ଶାନ୍ତିଲତା ବିଶି, ସଂଜୟ କୁମାର ପଣ୍ଡା, ପ୍ରଭାକର ସାହୁ, ପ୍ରଫୁଲ୍ଲ କୁମାର ଦାସ, କ୍ରିଷ୍ଣା ପ୍ରଧାନ, ଡ. ସାରଙ୍ଗଧର ତ୍ରିପାଠୀ ଓ କଲ୍ୟାଣୀ ନନ୍ଦଙ୍କ ଦ୍ବାରା ମଞ୍ଚସ୍ଥ ହୋଇଥିଲା। ଏହି ପରିପ୍ରେକ୍ଷୀରେ ‘ଭାଷାପକ୍ଷ’ ଉଦ୍‌ଯାପନୀ ସଙ୍ଗୀତ କଲ୍ୟାଣୀ ନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ତୃପ୍ତିରାଣୀ ପାତ୍ର, ସୁବ୍ରତା ମହାନ୍ତି, ସ୍ନିଗ୍ଧା ସାମନ୍ତରାୟ, ପୁଷ୍ପଲତା ଚକ୍ରବର୍ତ୍ତୀ, କ୍ରିଷ୍ଣା ପ୍ରଧାନ, ଅବନ୍ତୀ ପ୍ରଧାନ, ଡ. ତାନଶ୍ରୀ ପାଣିଗ୍ରାହୀ, ଜୁମରନାଥ ପାତ୍ର ଓ ପ୍ରଭାକର ସାହୁଙ୍କଦ୍ଵାରା ପରିବେଷଣ କରାଯାଇଥିଲା।

ସାଧାରଣ ସଂପାଦକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କବି ଦୀପକ ବୋଷ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. କ୍ଷିତୀଶ୍ଵର ଦାଶ, କମଳାକାନ୍ତ ଦାଶ, ପ୍ରଭାତ କୁମାର ଆଚାର୍ଯ୍ୟ, ହାଡ଼ିବନ୍ଧୁ ପାତ୍ର, କବିତା ଜେନା, ମନ୍ମଥ କୁମାର ସାହୁ, ମଧୁସୂଦନ ମାଝୀ, ଦାମୋଦର ନାୟକ, ଡ. ରତ୍ନାକର ସିଂହ, ଦୀପକ ଦାସ, କରୁଣାକର ସ, ମମତା ଦାସ, ପଦ୍ମଲୋଚନ ପ୍ରଧାନ, ହେମନ୍ତ କୁମାର ଜେନା, ପଦ୍ମଲୋଚନ ଦତ୍ତ, ଅସିତଜ୍ୟୋତି ପାତ୍ର, ଦେବାଶିଷ ସିଂହ ପ୍ରମୁଖ ସ୍ୱରଚିତ କବିତା ପାଠରେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.