ଓଡିଶା ଅଣ-ଗେଜେଟେଡ଼ ବନସେବା ସଂଘ ରାୟଗଡାର ୧୪ତମ ଦ୍ବି-ବାର୍ଷିକ ସାଧାରଣ ଅଧିବେଶନ ଓ ପ୍ରତିନିଧି ଚୟନ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା):  ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମରେ ଓଡିଶା ଅଣ-ଗେଜେଟେଡ଼ ବନସେବା ସଂଘ ରାୟଗଡା (ଟେରିଟୋରିଆଲ) ବନଖଣ୍ଡର ୧୪ତମ ଦ୍ୱି-ବାର୍ଷିକ ସାଧାରଣ ଅଧିବେଶନ ଓ ପ୍ରତିନିଧି ଚୟନ ଅନୁଷ୍ଠିତ କରାଯାଇଥିଲା | ଏଥିରେ ଜୟପୁର, କୋରାପୁଟ ଓ ମାଲକାନାଗିରି ଡିଭିଜନରୁ ସଂଘର ସଭାପତି ଏବଂ ରାଜ୍ୟ ପ୍ରତିନିଧି ଯୋଗ ଦେଇଥିଲେ | ଏଥିରେ ରାୟଗଡ଼ା ବନଖଣ୍ଡରେ ୬ ଗୋଟି ପଦବୀ ନିମନ୍ତେ ନିର୍ବାଚନ କରାଯାଇଥିଲା | ସେଥିମଧ୍ୟରୁ ସଭାପତି ଭାବରେ ଶ୍ରୀ ପ୍ରଦୀପ କୁମାର ସାହୁ ତାଙ୍କ ନିକଟତମ ପ୍ରତିଦ୍ଵନ୍ଧି ଶ୍ରୀ ଘାସି ମାଝୀଙ୍କୁ ହରାଇ ସଭାପତି ଭାବରେ ନିର୍ବାଚିତ ହେଇଛନ୍ତି, ଶ୍ରୀ ଲାବଣ୍ୟ ମାଝୀ ତାଙ୍କର ପ୍ରତିଦ୍ବନ୍ଦୀ ଶ୍ରୀ ତେଜରାଜ ସୁନାଙ୍କୁ ହରେଇ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି, ଶ୍ରୀ ସୂର୍ଯ୍ୟପ୍ରକାଶ ପଟନାୟକ (ଉପ- ସଭାପତି), ଶ୍ରୀ ପ୍ରଦ୍ୟୁମ୍ନ କୁମାର ବେହେରା (କୋଷାଧକ୍ଷ), ଶ୍ରୀ ବଡଚେଟି ଭାସ୍କର (ଯୁଗ୍ମ – ସମ୍ପାଦକ) ଏବଂ ଶ୍ରୀମତୀ ରଞ୍ଜିତା କୁମାରୀ ଗୌଡ଼ (ସହ- ସମ୍ପାଦକ) ଭାବରେ ମୋନୋନୀତ ହୋଇଛନ୍ତି | ଶେଷରେ ସମସ୍ତ ସଦସ୍ୟ ସଦସ୍ୟା ନିଜ ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ପାଳନ କରିବା ନିମନ୍ତେ ସପଥ ପାଠ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.