ଦମ୍ପତି ବେକରେ ଛୁରୀ ଲଗାଇ ସବୁ ଲୁଟି ନେଲେ ଦୁର୍ବୁତ୍ତ

ଶିକରପାଇରେ ୪ ଦୁର୍ବୁତ୍ତ ଚୋରି କରିଥିବା ନେଇ ଥାନାରେ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦରରେ କିଛି ଦୁର୍ବୁତ୍ତ ଚୋରି କରିଥିବା ନେଇ ପରିବାର ପକ୍ଷରୁ କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ଅନୁଯାୟୀ ଗୋପାଳ ଚେଟି ଉପେନ୍ଦ୍ର ଓ ଗୋପାଳ ଚେଟି ଗୌରୀ ଦୁଇ ପରିବାର ଘରେ ସୋଇଥିଲେ । ରାତ୍ର ୧.୩୦ରୁ ୨.୩୦ ମଧ୍ୟ୍ୟରେ ୪ଜଣ ଅଜଣା ବ୍ୟକ୍ତି ମୁହଁରେ କପଡା ବାନ୍ଧି ହାତରେ ଗ୍ଲବ, ଗୋଡ଼ରେ ସାକ୍ସ ପିନ୍ଧି ଘର ଛାତ ଚଢି ଘର ଭିତରେ ପଶି ଉପରେ ଶୋଇଥିବା ଗୋପାଳ ଚେଟି ଗୌରୀ ପରିବାରକୁ ବାହାର ପାର୍ଶ୍ୱରୁ ଗେଡା ପକାଇ ତଳ ଘରକୁ ଆସିଥିଲେ । ତଳ ଘରେ ଶୋଇଥିବା ଉପେନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କୁ ବେକରେ ଛୁରୀ ଲଗାଇ ଗଡ଼ରେଜ ଚାବି ମାଗିଥିଲେ ଏବଂ ପିନ୍ଦିଥିବା ୫୮ଗ୍ରାମର କଳାମାଳି, ୮୦ଗ୍ରାମର ମଙ୍ଗଳସୂତ୍ର, ୩୦ଗ୍ରାମର ମଙ୍ଗଳସୂତ୍ର ଲକେଟ ସହ ଦୁଇଟି ମୋବାଇଲ, ଗୋଟିଏ ବାଇକ ଓ ୫୦ କିଲୋ ଓଜନର ଲୋକର ନେଇ ଯାଇଥିବା ଏତଲାରେ ଦର୍ଶାଇଥିବା ଜଣାପଡିଛି । ସେମାନେ ଧାରୁଆ ଅସ୍ତ୍ର ରେ ଉପେନ୍ଦ୍ରକୁ ଆକ୍ରମଣ କରିଥିଲେ ଯାହାଫଳରେ ତାଙ୍କ ହାତରେ ଆଘାତ ହୋଇଛି । ଭୟରେ ଚାବି ଦେବାରୁ ଉକ୍ତ ଲୁହା ସିନ୍ଧୁକରେ କେତେ ସୁନା, ରୁପା ଓ ଟଙ୍କା ରହିଥିବା ଜଣାପଡିନାହିଁ । ସମୁଦାୟ ପ୍ରାୟ ୩୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଉକ୍ତ ଖବର ପାଇ କଲ୍ୟାଣସିଂହପୁର ଏସଆଇ ମାଝୀ, ଚାନ୍ଦିଲି ପ୍ରସନ୍ନ ବେହେରା ,ଏସ.ଡ଼ି.ପି.ଓ ଗୌର ହରି ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପୋଲିସ ସାଇଣ୍ଟିପିକ ଦଳ ଓ ଅନୁସନଧାନୀ କୁକୁରକୁ ଆଣି ଅଧିକ ତଦନ୍ତ ଚଳାଇଛନ୍ତି । ଦୁର୍ବୁତ୍ତ ମାନେ ଛୁରୀ ଛାଡି ଦେଇଥିବା ଜଣାପଡିଛି । ପୂର୍ବରୁ ଶିକରପାଇଠାରେ ପ୍ରାୟ ୭ଜଣ ଘରୁ ଚୋରି ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରିପାରିନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.