ହାତୀ ଉପଦ୍ରବ, ଭାଙ୍ଗିଲେ ସ୍କୁଲ ପାଚେରୀ ଓ ଫାଟକ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲା ରାଇକିଆ ବ୍ଲକ୍ ରଣବା ପଞ୍ଚାୟତରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ରଣବା ପଞ୍ଚାୟତର ଢିମିରିପଲି ଗ୍ରାମରେ ଥିବା ଏକ ସରକାରୀ ୟୁପି ସ୍କୁଲର ଗୋଟିଏ ସାଇଡ଼ ପାଚେରୀ ଗେଟ୍ ଫାଟକ ଭାଙ୍ଗିରୁଜି ଦେଇଛନ୍ତି ହାତୀ ପଲ। ଭିତରେ ପଶି ଗୋପବନ୍ଧୁଙ୍କ କକ୍ଷର ଲୁହା କବାଟକୁ ମଧ୍ୟ ହାତୀ ଧକା ମାରି ଚେପା କରିଦେଇଛନ୍ତି। ଗତ କିଛି ଦିନ ଧରି ହେବ ବ୍ଲକର ଏହି ସବୁ ଅପହଞ୍ଚ, ଘଞ୍ଚ ଜଙ୍ଗଲ ଇଲାକାରେ ହାତୀଙ୍କ ଉପଦ୍ରବ ବୃଦ୍ଧି ହେଉଥିବା ଯୋଗୁଁ ଅନେକ ଲୋକଙ୍କ ଧାନ, ଫସଲ, ଘର ଭାଙ୍ଗି ନଷ୍ଟ କରିଦେଉଛନ୍ତି। ଏନେଇ ଲୋକେ ଭୟଭୀତ ହୋଇ ରହୁଛନ୍ତି। ରଣବା ରେଞ୍ଚର ବନ ବିଭାଗ କର୍ମଚାରୀ, ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଉଛନ୍ତି। ଫରେଷ୍ଟର ରବିନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ଭିକାରୀ ମଲ୍ଲିକଙ୍କଠାରୁ ଏନେଇ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.