ସମାଜସେବୀ ଧ୍ରୁବ ପଟ୍ଟନାୟକଙ୍କ ପରଲୋକ 

ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ଅଞ୍ଚଳର ସ୍ଥାୟୀ ବାସିନ୍ଦା  ସମାଜସେବୀ ଧ୍ରୁବ ଚରଣ ପଟ୍ଟନାୟକଙ୍କ ବିୟୋଗରେ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି l ମୃତ ବେଳକୁ ତାଙ୍କୁ ୭୬ ବୟସ ହେଉଥିଲା l ସେ ଜଣେ ପରୋପକାରୀ ବ୍ୟକ୍ତି ଥିଲେ l ଏହା ସହିତ ସ୍ବର୍ଗତ ଶ୍ରୀ ପଟ୍ଟନାୟକ ଜଣେ କଂଗ୍ରେସ ଦଳ ସକ୍ରିୟ ସଦସ୍ୟ ଥିବାବେଳେ ଜିଲ୍ଲା ସମବାୟ ସମିତିର ଡାଇରେକ୍ଟର ରହିଥିଲେ l ତାଙ୍କର ମୃତ ଖବର ପ୍ରଚାରିତ ହେବା ପରେ ପରିବାର ସମେତ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟମାନେ ଉପସ୍ଥିତ ରହି ମରଶରୀରକୁ ବେଲଗାଁ ସ୍ଥିତ ତେଲ ନଦୀରେ ଅନ୍ତିମ ସଂସ୍କାର କରିଥିଲେ l ତାଙ୍କର ପୁତୁରା ପ୍ରଦୀପ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ l ତାଙ୍କ ବିୟୋଗରେ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଅଧ୍ୟାପକ କିଶୋର ସାହୁ, କଂଗ୍ରେସ ନେତା ହୃଷିକେଶ ରାଜପଲିଆ, ସତ୍ୟନାରାୟଣ ପଣ୍ଡା, ଉତ୍ତମ ପଟେଲ, ସନ୍ତୋଷ ପାତ୍ର, ବଜରଙ୍ଗଲାଲ ଜୈନ, ହିଜକ୍ଷ ନାଗ, ସୁବ୍ରତ ପଟ୍ଟନାୟକଙ୍କ ସମେତ କଂଗ୍ରେସ ପ୍ରେମୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.