ପରମାନନ୍ଦ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ତରଫରୁ ସମ୍ବର୍ଦ୍ଧନା ସଭା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ କୁ ନେଇ ଏକ ଏକ ଜରୁରୀକାଳୀନ ବୈଠକ ଦିପଚନ୍ଦ ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ ଯୋଗଦେଇ ଥିବା ବେଳେ ପୁରାତନ ଛାତ୍ର ସଂସଦ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ। ଏହି ସଭାରେ ପୁରାତନ ଛାତ୍ର ସଂସଦ ର କାର୍ଯ୍ୟକାରୀ କମିଟି କୁ ଭଙ୍ଗ କରାଯାଇ ନୂତନ କମମିଟି ଗଠନ କରାଯାଇଥିଲା। ସର୍ବସମ୍ମତିକ୍ରମେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ ଙ୍କୁ ପୁରାତନ ଛାତ୍ର ସଂସଦ ର ସଭାପତି ଭାବରେ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବରେ ବୁଦ୍ଧି ରାମ ନାଏକ, ଧନସିଙ୍ଗ ଶବର, ଧନେଶ୍ଵର ପୁଞ୍ଜି, ରାହାସ ବିହାରି ଧଙ୍ଗଡା ମାଝୀ, ଐଶ୍ୱର୍ଯ୍ୟ କୁମାର ଦାସ, ବାଳକୃଷ୍ଣ ବାଗଙ୍କୁ ମନୋନୀତ କରାଯାଇଥିଲା। ସେହିଭଳି ସାଧାରଣ ସମ୍ପାଦକ ଭାବରେ ଉମାଶଙ୍କର ଦୀପ, ସହ ସମ୍ପାଦକ ଭାବରେ ହିମାଂଶୁ ନାଏକ, କୋଷାଧ୍ୟକ୍ଷ ଭାବରେ ଚିନ୍ମୟ ପ୍ରଧାନୀ, ସହ କୋଷାଧ୍ୟକ୍ଷ ଭାବରେ ଡିଙ୍ଗର ବାଗ, ଉପଦେଷ୍ଟା ମଣ୍ଡଳୀ ର ମୁଖ୍ୟ ଉପଦେଷ୍ଟା ଭାବରେ ସନ୍ତୋଷ କୁମାର ନାଏକ, ଦିପଚନ୍ଦ ସାହୁ,ହିମାଞ୍ଚଳ ରାଉତ, ଦେବାଶିଷ ଦାସ, ହରପ୍ରସାଦ ବାଗ, ଉଦ୍ଧବ ବାଗ,ମଳୟ ପ୍ରଧାନୀ, ପ୍ରମୁଖ ଙ୍କୁ ସଭ୍ୟ ଭାବରେ ମନୋନୀତ କରାଯାଇଥିଲା। ନୂତନ କର୍ମକର୍ତ୍ତା ଚୟନ ହେବା ପରେ ଆଗାମୀ ଦିନରେ ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ମୁଣ୍ଡ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଥିବାରୁ ସୁଚାରୁରୂପେ ତୁଲେଇବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସଭା ଟି କୁ ବୁଦ୍ଧି ରାମ ନାଏକ ପରିଚାଳନା କରିଥିବା ବେଳେ ଦିପଚନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.