ଜୁନାଗଡ଼ରେ ମଣ୍ଡି ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଆଜି ଜୁନାଗଡ଼ ପ୍ରାଥମିକ କୃଷକ ସେବା ସମିତି ପ୍ରାଙ୍ଗଣରେ ମୂଲ୍ୟ ସମର୍ଥନ ଯୋଜନା ଅନ୍ତର୍ଗତ ଧାନ ମଣ୍ଡି ଉଦଘାଟନ ହୋଇଛି। ଏହି ଅବସରରେ ଧର୍ମଗଡ଼ ଏଆରସିଏସ ସରୋଜ କୁମାର ପ୍ରଧାନ,ଧର୍ମଗଡ଼ ଏସଏଆରସିଏସ ଯଶୋବନ୍ତ ରାଜ ମାଝୀ,ଜୁନାଗଡ଼ ନୋଡାଲ୍ ଅଫିସର ଶ୍ରୁଶିତା ରାଉତ, ଜୁନାଗଡ଼ ପେକ୍ସ ସଭାପତି ସୁଧାଂସୁ ବରାଡ ସମେତ ପେକ୍ସ ଓ ଆର୍ ଏମସି କର୍ମଚାରୀବୃନ୍ଦ ସମେତ କୃଷକମାନେ ଉପସ୍ଥିତ ଥିଲେ। ଏହି ମଣ୍ଡି ଚାଳୁ ହେବା ସହିତ ଏବେ ଅଞ୍ଚଳର କୃଷକମାନେ ସରଳ ଓ ନ୍ୟାୟସଂଗତ ଭାବେ ତାଙ୍କର ଧାନ ବିକ୍ରି କରିପାରିବେ। ସରକାରଙ୍କ ନିର୍ଦ୍ଦେଶାନୁସାରେ ଧାନ ମାପ, ଗୁଣମାନ ଓ ନିର୍ଣ୍ଣୟ ପାରଦର୍ଶୀ ଭାବେ କରା‌ଯିବ ଏବଂ କୃଷକଙ୍କ ଖାତାକୁ ସମୟରେ ଟଙ୍କା ଅନୁର୍ଭୁକ୍ତି ହେବ। ଅଧୂକାରୀମାନେ ଏହି ଅବସରରେ କହିଛନ୍ତି ଯେ, ଏହି ମଣ୍ଡି ଅଞ୍ଚଳର କୃଷକମାନେ ପାଇଁ ଏକ ନୂଆ ଆଶା ନେଇ ଆସିଛି। ଏହା ଦ୍ବାରା ମଧ୍ୟସ୍ଥ ବ୍ୟବସାୟୀମାନଙ୍କର ଅନ୍ୟାୟ ଲାଭ ରୋକାଯିବ ଓ ଚାଷୀଙ୍କ ଆୟରେ ବୃଦ୍ଧି ହେବ। କୃଷକମାନେ ଏହି ବ୍ୟବସ୍ଥାକୁ ସ୍ବାଗତ କରି ସରକାର ଓ ସହକାରୀ ବିଭାଗ ପ୍ରତି ଆଭାର ପ୍ରକାଶ କରିଛନ୍ତି। ଏହି ପଦକ୍ଷେପ ଆଗାମୀ ଦିନରେ ଅଞ୍ଚଳ ଅର୍ଥନୀତି ଓ ଚାଷ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ ବୋଲି ଆଶା ବ୍ୟକ୍ତ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.