ପଥରରେ ଛେଚି ପୁଅକୁ ହତ୍ୟାକଲା ବାପା

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଜିରିଡିକିଆ ପଞ୍ଚାୟତ ଗସାଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ବାପା ବଳରାମ ପ୍ରଧାନ (୪୦) ନାବାଳକ ପୁଅ ଅବିନାଶ ପ୍ରଧାନ (୧୪)କୁ ପଥରରେ ଛେଚି ହତ୍ୟା କରିଛି। ଅବିନାଶ ହେଉଛନ୍ତି ପ୍ରଥମ ସ୍ତ୍ରୀ ଭାନୁମତି କହଁରଙ୍କ ସନ୍ତାନ।ହେଲେ ବଲରାମ ଦ୍ଵିତୀୟ ବିବାହ କରିବା ପରେ ପ୍ରଥମ ସ୍ତ୍ରୀ ଭାନୁମତିକୁ ଅବହେଳା କରିଥିଲେ ଫଳରେ ସେ ବାଧ୍ୟ ହୋଇ ଘର ଛାଡ଼ି ଭୁବନେଶ୍ଵରରେ ରହୁ ଥିଲେ କିନ୍ତୁ ପୁଅ ବାପା ପାଖରେ ରହୁଥିଲେ।ତେବେ କୌଣସି କାରଣରୁ ତାଙ୍କର ପୁତ୍ର ଅବିନାଶ ସହ କିଛି ଝଗଡ଼ା ହେବାରୁ ରାତିରେ ପୁଅ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲେ ବାପା। ଏହି ଦୁଃଖଦ ଖବର ପାଇ ମାଆ ଭାନୁମତୀ ଆସି ସାରଙ୍ଗଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଏ ନେଇ ଥାନା ଅଧିକାରୀ ବଧୁଲିକା ବିଶ୍ଵାଳ ପ୍ରକାଶ କରିଛନ୍ତି ଥାନା କେସ ନଂ ୮୦/୨୫ ଋଜୁ କରି ବିଏନଏସ ୧୦୩ (୧) ଦଫାରେ ଆସାମୀ ବଳରାମ ପ୍ରଧାନକୁ ତଦନ୍ତକାରୀ ଅଧିକାରୀ ଏସଆଇ ବାସୁଦେବ ସାହୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏଥିସହ ପୋଲିସ ମୃତ ନାବାଳକ ପୁଅର ମୃତ ଦେହ ଉଦ୍ଧାର କରିବା ସହ ବାଲିଗୁଡା ମେଡ଼ିକାଲରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.