ଓଡିଆ ବାର୍ତ୍ତା/ ଭୁବନେଶ୍ବର: ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲାଗି ଉଦ୍ଧିଷ୍ଟ ଆୟୁଷ୍ମାନକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ସମାଜବାଦୀ ପାର୍ଟି I ପାର୍ଟିର ଓଡିଶା ରାଜ୍ୟ ସଭାପତି ଶିବ ହାତୀ ଯାଦବ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏପ୍ରିଲ ୧୧ ତାରିଖରେ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆୟୁଷ୍ମାନ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ହିତାଧିକାରୀ ସଂଖ୍ୟା ୧କୋଟି ଟପିଛି I ମାତ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବା ଦିନଠାରୁ ଓଡ଼ିଶାବାସୀ ଗୁଣାମୂକ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ନେଇ ପ୍ରତିଦିନ ବିଭିନ୍ନ ଅଭିଯୋଗ ଆସୁଛି I
କାର୍ଡସଂଖ୍ୟା ବଢ଼ୁଥିଲେ ମଧ୍ୟ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଉପଲବ୍ଧ ହେଉନଥିବା ବେଳେ ପୂର୍ବପରି ବଡ଼ବଡ଼ ହସ୍ପିଟାଳରେ ସହଜରେ ଚିକିତ୍ସା ଉପଲବ୍ଧ ହେଉନାହିଁ । ଆୟୁଷ୍ମାନ ଯୋଜନା ମାଧ୍ୟମରେ ଧୀରେଧୀରେ ଲୋକଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦିଆଯାଉଛି ବୋଲି କହିଛନ୍ତି । ସେ କହିଛନ୍ତି ଯେ, ବିଜେପି ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଲୋକଙ୍କୁ ଧୋକା ଦେଉଛି । ପୂର୍ବ ସରକାରରେ ପ୍ରଚଳିତ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀଙ୍କୁ ସବୁ ଘରୋଇ ହସ୍ପିଟାଲରେ ସହଜରେ ଏବଂ ମାଗଣାରେ ଚିକିତ୍ସା ସେବା ମିଳୁଥିଲା । ମାତ୍ର ଆୟୁଷ୍ମାନ ଭାରତ ଯୋଜନାରେ ବହୁ ସମସ୍ୟା ଥିବାରୁ ଲୋକମାନେ ଚିକିତ୍ସା ସେବା ସହଜରେ ପାଇପାରୁନାହାନ୍ତି ।
ରୋଗୀ ଆଡମିସନ୍ ନେଲେ ମଧ୍ୟ ହସ୍ପିଟାଲରେ ୱାର୍ଡକୁ ଆପ୍ଲୁରାଲ ମିଳିବାରେ ବିଳମ୍ବ ହେଉଛି । ଆୟୁଷ୍ଠାନ କାର୍ଡରେ ଏକାଧିକ ଜଟିକ ନିୟମ ଥିବାରୁ ପ୍ରତିଦିନ ଲୋକମାନେ ହଇରାଣ ହେବା ସହ ଚିକିତ୍ସା ସେବା ପାଇବାରୁ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ବିଜେପି ସରକାର ଆସିବା ଦିନଠୁ ରାଜ୍ୟରେ ସ୍ବାସ୍ଥ୍ୟସେବା ବିଗିଡ଼ି ଯାଇଛି । ଦେଶରେ ଯୋଉ ଯୋଉ ରାଜ୍ୟରେ ଭାଜପାର ଡବଲ ଇଂଜିନ ସରକାର ଚାଲିଛି ସବୁଆଡେ ସମାନ ଦଶା I
୨୦୧୮ ରେ ଏହାର ଶୁଭାରମ୍ଭ ପରଠାରୁ, ୬୦୦୦ ରୁ ଅଧିକ ବେସରକାରୀ ଡାକ୍ତରଖାନା ଏହି ଯୋଜନାକୁ ବାଦ୍ ଦେଇଛନ୍ତି | ଗୁଜୁରାଟ, କେରଳ ଏବଂ ମହାରାଷ୍ଟ୍ର, ହରିୟାଣା ଭଳି ରାଜ୍ୟ ଏହି ତାଲିକାରେ ଶୀର୍ଷରେ ରହିଛି। ଭାରତୀୟ ମେଡିକାଲ ଆସୋସିଏସନର ହରିୟାଣା ୟୁନିଟକୁ ୪୦୦ କୋଟିରୁ ଅଧିକ ଦେୟ ନଦେବା କାରଣରୁ ଆୟୁଷ୍ମାନ ଅଧୀନରେ ସେବା ସ୍ଥଗିତ ରଖିବାକୁ ପଡ଼ିଲା | ପଞ୍ଜାବ, ଜାମ୍ମୁ କାଶ୍ମୀରରେ ମଧ୍ୟ ସମାନ ପରିସ୍ଥିତି ହୋଇଛି। ଏହି ଯୋଜନା ସରକାରୀ ପ୍ରଚାର ସର୍ବସ୍ବ କିନ୍ତୁ ବାସ୍ତବରେ ବିପର୍ଯ୍ୟସ୍ତ |