ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ସଙ୍କଟରେ  ଜୀବନ: ତତ୍କାଳ ପଦକ୍ଷେପ ଗ୍ରହଣ କରିବାକୁ ସମାଜବାଦୀ ପାର୍ଟିର ଦାବି

ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟ ସେବା, ମୁଣ୍ଡ ପରେ ମୁଣ୍ଡ ନେଉଛି ହଇଜା ଓ କଲେରା  ଏଥିପ୍ରତି ରାଜ୍ୟ ସରକାଙ୍କ ଅସମ୍ଭବ ନୀରବତା ଦୁର୍ଭାଗ୍ୟ ପୁର୍ଣ ବୋଲି କହିଛି ସମାଜବାଦୀ ପାର୍ଟି I ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଉଦବେଗ ପ୍ରକାଶ କରିଛନ୍ତି I ସେ କହିଛନ୍ତି ଯେ ଓଡ଼ିଶାର ପ୍ରାୟ ନଅଟି ଜିଲାରେ ଝାଡ଼ାବାନ୍ତି ଓ ହଇଜା ଭଳି ଜଳବାହିତ ରୋଗର ପ୍ରକୋପ ଏକ ଗୁରୁତର ଜନସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି ।

Omkar Vasthu
Omkar Vasthu

ଯାଜପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା ଓ ବରଗଡ଼ ଆଦି ଜିଲାରେ ଏହି ରୋଗର ବ୍ୟାପକ ପ୍ରଭାବ ଦେଖାଦେଇଛି । ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁସାରେ, ଏହି ରୋଗ ଯୋଗୁଁ ୧୭ ଜଣଙ୍କ  ପ୍ରାଣହାନି ଘଟିଥିବାବେଳେ ଶତାଧୂକ ଲୋକ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ଏବଂ ୨୦୦୦ରୁ ଅଧୂକ ସଂକ୍ରମିତ ହୋଇସାରିଛନ୍ତି । ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ ମଙ୍ଗଳବାର ୩୦୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।  ଏହାକୁ ଦୃଷ୍ଟି ଦୃଷ୍ଟିରେ ରଖ୍ ୩୦ଟି ଯାକ ଜିଲାକୁ ସତର୍କ ରହିବା ପାଇଁ  କୁହଯାଇଥିଲେ ମଧ୍ୟ ହଇଜା ରୋକିବାକୁ  ସରକାରୀ ସ୍ତରରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନି । ଯାଜପୁରରେ  ଭିବ୍ରିଓ କଲେରା ଜୀବାଣୁର ଉପସ୍ଥିତି ଚିହ୍ନଟ ହେବା ଗୁରୁତର ସ୍ଥିତିର ସଙ୍କେତ। ସରକାର ଏ ପର୍ଯ୍ୟନ୍ତ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରି ନପାରିବା ଚିନ୍ତାଜନକ ବୋଲି କହିଛନ୍ତି ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ ।

Pearl dental clinic
Near Ashish Medical Store, Bhawanipatna

ଉଲ୍ଲେଖଯୋଗ୍ୟ ଯେ ବର୍ଷାଋତୁରେ ସାଧାରଣତଃ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ହଇଜା ବ୍ୟାପିଥାଏ । କେବଳ ବାତ୍ୟା ଓ ବନ୍ୟା ଭଳି ସ୍ଥିତିରେ ଉପକୂଳ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପେ । ଏଥର ସାଧାରଣ ପରିସ୍ଥିତିରେ ମଧ୍ଯ ହଇଜା  ସଂକ୍ରମଣ ଅତ୍ୟନ୍ତ ଉଦ୍‌ବେଗଜନକ । ୨୦୦୭ ଓ ୨୦୦୮ ମସିହାରେ ରାୟଗଡ଼ା ଜିଲାର କାଶୀପୁର ରେ ହଇଜା ଯୋଗୁଁ ଶତାଧୂକ  ଲୋକଙ୍କ ପ୍ରାଣହାନି ହାନି ଘଟିଥିଲା । ଉକ୍ତ ସଂକ୍ରମଣ ମୂଳରେ ରହିଥିଲା ଅପରିଷ୍କାର ପାନୀୟ ଜଳ, ସ୍ବାସ୍ଥ୍ୟ ବ୍ୟବସ୍ଥାର  ଅଭାବ, ଅସଚେତନତା ଏବଂ ସାମାଜିକ-ଅର୍ଥନୈତିକ ଅସମାନତା ।

Udyog Nursery
Udyogi Nursery

ଓଡ଼ିଶାର ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳର ଅଭାବ ଏବଂ ଅପରିଷ୍କାର ପରିବେଶ ଏହି ରୋଗ ବ୍ୟାପିବାରେ ସହାୟକ ହେଉଛି । ଏହି ପରିସ୍ଥିତି ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି । କେନ୍ଦ୍ରୀୟ ସ୍ବାସ୍ଥ୍ୟ  ବିଭାଗ ପ୍ରତିନିଧି ଦଳ ଯାଜପୁର ଜିଲାରେ ସ୍ଥିତି ପରଖୁଛନ୍ତି, ତଥାପି ସ୍ଥାନୀୟ ସ୍ତରରେ ତୁରନ୍ତ ପଦକ୍ଷେପର ଅଭାବ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି ।

ଏହି ସଙ୍କଟର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ତତ୍କାଳ ଏବଂ ଦୃଢ଼ ପଦକ୍ଷେପ ଗ୍ରହ ଗ୍ରହଣ କରିବାକୁ ପଡ଼ିବ ।  ପ୍ରଥମତଃ, ଆକ୍ରାନ୍ତ ଅଞ୍ଚଳଗୁଡ଼ିକରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଓ ପରିଷ୍କାର-ପରିଚ୍ଛନ୍ନ ଛନ୍ନ‌ତା ବ୍ୟବସ୍ଥାକୁ ଠିକ୍ କର କରାଯିବା ଆବଶ୍ୟକ । ଦ୍ଵିତୀୟତଃ, ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରି ଅଧୂକ ଡାକ୍ତରୀ ଦଳ ଏବଂ ଔଷଧ ଯୋଗାଣ କରାଯାଉ। I ତୃତୀୟତଃ, ପ‌ତଃ, ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରଚାର ଓ ଶିକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଉ । ଏହା ସହିତ ଦୀର୍ଘମିଆଦୀ ସମାଧାନ ପାଇଁ ରାଜ୍ୟରେ ଜଳ ଓ ପରିବେଶ ସୁରକ୍ଷା ନୀତିକୁ ଆହୁରି ଦୃଢ଼ କରିବା ଆବଶ୍ୟକ । ଗ୍ରାମାଞ୍ଚଳରେ ପାଇପ୍ ଜଳ ଯୋଗାଣ, ଆଧୁନିକ ଶୌଚାଳୟ ବ୍ୟବସ୍ଥା ଓ ନିୟମିତ ପରିଚ୍ଛନ୍ନତା କାର୍ଯ୍ୟକ୍ରମ । ଏଭଳି ରୋଗଗୁଡ଼ିକୁ ରୋକିବାରେ ସହାୟକ ହେବ । ସରକାରୀ ଓ ସହଯୋଗ ଏହି ସଙ୍କଟରୁ ମୁକ୍ତି ପାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବ । ଓଡ଼ିଶାର ଜନସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷା ରାଜ୍ୟ ସରକାରଙ୍କର ପ୍ରାଥମିକ ଦାୟିତ୍ବ । ଏହି ସଙ୍କଟ କେବଳ ଏକ ସ୍ବାସ୍ଥ୍ୟ ସମସ୍ୟା ନୁହେଁ, ବରଂ ଏହା ଆମର ସାମାଜିକ ଓ ପ୍ରାଶାସନିକ ବ୍ୟବବସ୍ଥାର ଦୁର୍ବଳତାକୁ ପ୍ରତିଫଳିତ କରୁଛି ।  ଏହାର ସମାଧାନ ପାଇଁ ସମନ୍ବିତ ପ୍ରୟାସ, ସ୍ଥାନୀୟ ଜନସାଧାରଣଙ୍କ ସହଭାଗିତା ଓ ସରକାରୀ ନୀତିର ଉପଯୁକ୍ତ କାର୍ଯ୍ୟାନ୍ଵୟନ ଅତ୍ୟନ୍ତ ଜରୁରୀ । ବର୍ଷାଋତୁ ଆରମ୍ଭରୁ  ଏଭଳି ସ୍ଥିତି ଜନସାଧାରଣ ଓ ସରକାରଙ୍କ ପାଇଁ ଏକ ସତର୍କ ଘଣ୍ଟି । ବିଶେଷ କରି ପୂର୍ବରୁ ହଇଜା ପ୍ରକୋପ  ଦେଖାଯାଇଥିବା ଅଞ୍ଚଳରେ ସରକାର  ଆଗୁଆ ସ୍ୱତନ୍ତ୍ର ପଦକ୍ଷେପ  ଗ୍ରହଣ କରିବା ପାଇଁ  ସମାଜବାଦୀ ପାର୍ଟି ଦାବି କରିଛି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.