ମାଣ୍ଡେଲ ଗ୍ରାମ ପଞ୍ଚାୟତରେ ବିକାଶ ରଥକୁ ସ୍ବାଗତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାରେ ବିଜେପି ସରକାର ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ‘ବର୍ଷ ଏକ ଉପଲବ୍ଧି ଅନେକ’ ବାର୍ତ୍ତା ନେଇ ଜନସଚେତନତା ସୃଷ୍ଟି କରୁଛି ବିକାଶ ବାହାନ ରଥ। ବୁଧବାର ଏହି ରଥକୁ ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ପଞ୍ଚାୟତରେ ଭବ୍ୟ ସ୍ବାଗତ କରାଯାଇଛି। ମାଣ୍ଡେଲର ପରଲୋକଗତ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ବିୟୋଗରେ ନୀରବ ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରପ୍ରାପ୍ତ ସରପଞ୍ଚ ସୁଧାଙ୍ଗନା ନାଏକଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ, ସମ୍ମାନିତ ଅତିଥି ଭାବେ ଜିପିଡିଓ ରବି ନାଏକ, ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଦିବଂଗତ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ସୁପୁତ୍ର ପ୍ରସୁନ୍ କୁମାର ଜାଲ (ରଞ୍ଜନ), ଓ୍ବାର୍ଡ ସଭ୍ୟ ମାର୍କଣ୍ଡ ଜାଲ, ଶିକ୍ଷାବିତ ରାମ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ନରହରି ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷାବିତ ଶରତ ଚନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିଲେ। ମାଣ୍ଡେଲ ଏଡିଇଓ ସବିତା ଦାସ, ବାସବ ମହାନନ୍ଦ, ମୁକୁନ୍ଦ ମାହାର ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଓ୍ବାର୍ଡ ସଭ୍ୟ/ସଭ୍ୟା, ସଚେତନ ନାଗରିକ ଓ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.