ସମନ୍ୱିତ ଗ୍ରାମ୍ୟ ବିକାଶ ପ୍ରକଳ୍ପ ତରଫରୁ ପଣ୍ଡକାମାଲ ଠାରେ ଆର୍ଥିକ ସାକ୍ଷରତା ଓ ସଚେତନତା ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏଲଟିଆଇ ମାଇଣ୍ଡଟ୍ରି ଫାଉଣ୍ଡେସନ ସହାୟତା ଓ ମହାଶକ୍ତି ଫାଉଣ୍ଡେସନ ତରଫରୁ ମ.ରାମପୁର ବ୍ଲକର ପଣ୍ଡକାମାଲ ଗ୍ରାମ ପଞ୍ଚାୟତର ସଭା ଗୃହରେ ଆର୍ଥିକ ସାକ୍ଷରତା ଓ ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମିଶନ ଶକ୍ତି ଏମବିକେ ସବିତା ନାଗ, ଅତିରିକ୍ତ ବ୍ଲକ ପ୍ରକଳ୍ପ ସଂଯୋଜିକା ମମିତା ପୁଝାରୀ, ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ତଥା ତାଲିମ ଦାତା ପ୍ରକାଶ ଚନ୍ଦ୍ର ସାହୁ ଓ ସମନ୍ୱିତ ଗ୍ରାମ୍ୟ ବିକାଶ ପ୍ରକଳ୍ପ ର ବ୍ଲକ ସଂଯୋଜିକା ଭାଗ୍ୟଶ୍ରୀ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଏହି ତାଲିମ ଶିବିରରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ଅନୁଷ୍ଠାନରୁ ପାଇଥିବା ଋଣ ର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟର ଆୟରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା।
ତାଲିମ କାର୍ଯ୍ୟକ୍ରମ ରେ ପରିବାର ର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାର ର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ। ଭବିଷ୍ୟତ ରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚ କୁ ଆକଳନ କରି ପରିବାର କୁ ଠିକ୍ ଭାବେ ପରିଚାଳନା କରିପାରିବେ।ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମ ରେ ବ୍ୟାଙ୍କ୍ ମାନଙ୍କରୁ ଋଣ ନେଇ ଆୟ ବୃଦ୍ଧି ଯୋଜନା ରେ ଲଗେଇ ନିର୍ଦ୍ଧାରିତ କିସ୍ତି ମାଧ୍ୟମ ରେ ବିନା ଖିଲପି ରେ ଫେରସ୍ତ କରି ପରିବାର ର ଆର୍ଥିକ ସ୍ଥାୟୀତ୍ବ ଆଣିପାରିବେ।କାର୍ଯ୍ୟକ୍ରମରେ ମହାଶକ୍ତି ଫାଉଣ୍ଡେସନ ର ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇ ତାଲିମ୍ ପ୍ରଦାନ କରିଥିଲେ। ସବିତା ସ୍ୱାଇଁ, ଭାରତୀ ଶର୍ମା ଓ ମହାଶକ୍ତି ଫାଉଣ୍ଡେସନ ର ସମନ୍ୱିତ ଗ୍ରାମ୍ୟ ବିକାଶ ପ୍ରକଳ୍ପ ର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଏହି କର୍ମଶାଳା ରେ ପଣ୍ଡକାମାଲ ଗ୍ରାମ ପଞ୍ଚାୟତ ର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ , ଗୋଷ୍ଠୀ ସହାୟିକା, କୃଷି ଉତ୍ପାଦକ ଗୋଷ୍ଠୀ,ଚାଷୀ ଓ ମିଳିତ ଉତ୍ତର ଦାୟୀ ଗୋଷ୍ଠୀ ରୁ ୩୭ଜଣ ସଦସ୍ୟା ଅଂଶ ଗ୍ରହଣ କରିଥିଲେ।ମମିତା ପୁଝାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.