ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଜାତୀୟ କୃମିନାଶକ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି | ଶିକ୍ଷୟିତ୍ରୀ ଭାର୍ଗବୀ ରାଜପଲିଆଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟକର୍ମୀ ସଫଳା ଖମାରୀ, ଅତିରିକ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ବିଶ୍ୱମାୟା ଦାଶ, ଆଶାକର୍ମୀ ମଞ୍ଜୁଲତା ବଗର୍ତ୍ତୀ ଅତିଥି ଭାବେ ଯୋଗଦେଇ ସୁସ୍ଥ ଶରୀର ପାଇଁ କରଣୀୟ କାର୍ଯ୍ୟ, ଜାତୀୟ କୃମିନାଶକ ଦିବସର ମହତ୍ତ୍ୱ ସମ୍ବନ୍ଧରେ ଛାତ୍ରୀଛାତ୍ରଙ୍କୁ ବୁଝାଇଥିଲେ | ଏହି ଅବସରରେ ଛାତ୍ରୀଛାତ୍ରଙ୍କୁ କୃମିନାଶକ ବଟିକା ଖୁଆଯାଇଥିଲା | ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ଦାଶ ଅତିଥି ପରିଚୟ ଓ ବୈଜୟନ୍ତୀ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ | ଲକ୍ଷ୍ମୀ ନାଗ, ସଙ୍ଗୀତା ବାଗ, ସାବିତ୍ରୀ ରାଜପଲିଆ, ବନ୍ଦନା ରଣା, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା, ନବକିଶୋର ନାଗ, ପ୍ରହ୍ଲାଦ ସିନ୍ଧ୍ରୀଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.