ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ୍- ଜୁହା
ଜୁନାଗଡ଼,୧୨/୮(ରାକେଶ ବେମାଲ ): ମୁସଲମାନ ସଂପ୍ରଦାୟ ପକ୍ଷରୁ ଆଜି ସବୁଠି ପାଳନ ହୋଇଯାଇଛି ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ୍-ଜୁହା । ଏଥି ପାଇଁ ଆଜି ସକାଳୁ ବିଭିନ୍ନ ମସଜିଦ୍ ରେ ସ୍ୱତନ୍ତ୍ର ପ୍ରାର୍ଥନାର ଆୟୋଜନ ହୋଇଥିଲା । ମୁସଲମାନ ଭାଇ ଭଉଣୀମାନେ ନୂତନ ବସ୍ତ୍ର ପରିଧାନ କରି ଏହି ପର୍ବ ପାଳନ କରିଥିଲେ । ଏଥି ପାଇଁ ପରସ୍ପରକୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ।
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ମଧ୍ୟ ମୁସଲିମ୍ ସଂଗଠନ ପକ୍ଷରୁ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଏହି ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପୁରୁଣା ବସଷ୍ଟାଣ୍ଡ ନିକଟରେ ସାମୂହିକ ପ୍ରାର୍ଥନାର ଆୟୋଜନ ହୋଇଥିଲା । ଏଥିରେ ମୁଲାନା ସରଫ୍ ରାଜ କାଦ୍ରି ଯୋଗ ଦାନ କରିଥିବା ବେଳେ ସଂଗଠନର ସଭାପତି ମହମ୍ମଦ ଜାଫର, ସମ୍ପାଦକ ଇଜାଜ୍ ଖାନ୍, ଦାଉଦ୍ ମହମ୍ମଦ୍, ପୂର୍ବତନ ସଭାପତି ଶେକ୍ ମସିନ୍ , ପୂର୍ବତନ ସଭାପତି ସାଦିସ୍ ମହମ୍ମଦ ପ୍ରମୁଖ ଉପସ୍ଥିତ ରହି ପ୍ରାର୍ଥନା କରିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ ।