ଲକ୍ଷ୍ମୀ ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନରେ ଏନଏସଏସ କୋ ୟୁନିଟ ପକ୍ଷରୁ ସ୍ୱେଚ୍ଛାସେବୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଲକ୍ଷ୍ମୀ ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଏନଏସଏସ କୋ ୟୁନିଟ ପକ୍ଷରୁ ସ୍ଵେଚ୍ଛାସେଵୀଙ୍କ ଦିଗ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଏନଏସଏସ ପ୍ରିୟବ୍ରତ ବାଣୁଆଁ ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା କାର୍ଯ୍ଯକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାସ, ଲକ୍ଷ୍ମୀ ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନ ନିର୍ଦ୍ଦେଶକ ଡି ଶ୍ୟାମ, ବିକାଶ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଜାତୀୟ ସେବା ଯୋଜନା ମାଧ୍ୟମରେ କିପରି ସ୍ୱେଚ୍ଛାସେବୀଙ୍କ ବ୍ୟକ୍ତିତ୍ବ ନିର୍ମାଣ ଓ ଆମର ପାରିପାର୍ଶ୍ଵିକ ତଥା ଦେଶର ବିଭିନ୍ନ ଆହ୍ଵାନରେ ନିଜକୁ ନିୟୋଜିତ କରିବାକୁ ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରି ଏନଏସଏସର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କାର୍ଯ୍ଯକ୍ରମକୁ ଏନଏସଏସ କାର୍ଯ୍ଯକ୍ରମ ଅଧିକାରୀ ଅଶ୍ବିନ କୁମାର ରାଉତ ପରିଚାଳନା କରିଥିବା ବେଳେ ଉପାଧ୍ୟକ୍ଷ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ଯକ୍ରମରେ ସବ୍ୟସାଚୀ ବେହେରା, ତାନ୍ୟା ମିଶ୍ର, ରଞ୍ଜିତା ପଣ୍ଡା, ଗଣେଶ ପୃଷ୍ଟି, ତନ୍ମୟ ବେହେରା ପ୍ରମୁଖ ସହଯୋଗ କରିଥିଲେ । ପରେ ପରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.