ବିଦ୍ୟୁତ ବିଭାଗର ଖାମ୍ ଖିଆଲ୍ ନିତି, ବିଜୁଳି ବିନା ହନ୍ତସନ୍ତ ଅଞ୍ଚଳବାସୀ

ତିନି ଦିନ ହେଲା ବିଦ୍ୟୁତ ଗାୟବ, କହିବା କାହାକୁ ସୁଣିବ କିଏ ?

ଲାଞ୍ଜିଗଡ଼,୧୩/୮ : କଳାହାଣ୍ଡି ଜିଲ୍ଲାର ଏକ ଅବହେଳିତ ତଥା ଉପାନ୍ତ ଅଞ୍ଚଳ ହେଉଛି ଲାଞ୍ଜିଗଡ ବ୍ଲକ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ଆଦି ମୌଳିକ ସମସ୍ୟାରେ ଜର୍ଜରିତ ହୋଇ ପଡିଛି ଏହି ବ୍ଲକ । ଏହି ସମସ୍ୟା ସବୁ ବ୍ୟତିରେକ ବିଜୁଳୀ ସମସ୍ୟା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଳଟିଛି । ଅନେକ ଅଞ୍ଚଳରେ ଦୀର୍ଘଦିନ ଧରି ବିଜୁଳୀ ଲୁଚକାଳି ଖେଳ ଖେଳିବା ସତ୍ତ୍ବେ  ସଂପୃକ୍ତ ବିଭାଗ କିଛି ପ୍ରତିକାର କରୁନଥିବା ଅଭିଯୋଗ ହେଉଛି । ବ୍ଲକର ଲାଞ୍ଜିଗଡ଼ ରୋଡ ପଞ୍ଚାୟତ ଅନ୍ତର୍ଗତ  କିଡିଂ, ମାଡିବନ୍ଧା, କାଉଗୁଡା, ସିକେରକୁପା, କାଞ୍ଚିଲି, ଲୋକନାଥପୁର ଆଦି ଗାଁରେ ଠିକ ଭାବେ ବିଦ୍ୟୁଦ ସେବା ମିଳି ପାରୁନାହିଁ । ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟରେ ଅତିଷ୍ଟ ହୋଇ ପଡିଛନ୍ତି ଏହି ଅଞ୍ଚଳବାସୀ । ବର୍ତ୍ତମାନ ତିନି ଦିନ ହେଲା ଅନ୍ଧାରରେ ରହିଛି ଏହି ଅଞ୍ଚଳ । ଜଙ୍ଗଳୀ ଯନ୍ତୁ ଭୟ ଓ ବର୍ଷାର ତାଣ୍ଡବ ମଧ୍ୟରେ ବିନା ବିଦ୍ୟୁତରେ ରାତ୍ରୀ ଯାପନ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲାରୁ ୧୧ କିଭି ବିଦ୍ୟୁତ ଛତିକୁଡା ଓ ଶାନ୍ତପୁର ଆସୁଥିବାବେଳେ ଶାନ୍ତପୁର ରୁ କିଡିଂ ଆସିଥାଏ । ପ୍ରାୟ ୪ କିମି ଜଙ୍ଗଲ ମଧ୍ୟ ଦେଇ ଆସିଥିବା ଏହି ଲାଇନ ଟିକିଏ ବର୍ଷା କିମ୍ବା ଘଡ ଘଡି ହେଲେ କାଟି ଦିଆଯାଏ । ପୁଣି ବହୁ ଦିନ ଏପରି ଦେଖିବାକୁ ମିଳିଥାଏ । ଶାନ୍ତପୁରରେ ମଧ୍ୟ ବିଦ୍ୟୁତ କାଟ ହେଉଥିବାର ସୂଚନା ମିଳିଥାଏ । ଏ ବିଷୟରେ ଲାଇନ୍ ମ୍ୟାନଙ୍କୁ ବାରମ୍ବାର ଫୋନ କଲେ ବିଦ୍ୟୁତ ସଜାଡିବା ପାଇଁ ଆସିଥାନ୍ତି । ଜେଇ ଓ ଏସଡିଓ ଙ୍କୁ ଯୋଗାଯୋଗ କଲେ, ସେ କହନ୍ତି ମୁଁ ବୁଝିକି କହୁଛି କିନ୍ତୁ କୌଣସି ଉତ୍ତର ମିଳିନଥାଏ । ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ବିଦ୍ୟୁତ କେବେ ଠିକ ରେ ରହିବ। ବିଦ୍ୟୁତ ବିଭାଗର ଏପରି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି । ସଂପୃକ୍ତ ବିଭାଗ ଉପରୁ ଜନତାଙ୍କ ଭରଷା ତୁଟି ସାରିଥିବାବେଳେ କଳହାଣ୍ଡି ମାଟିରୁ ଯାଇ ଓଡିଶା ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ତଥା ଶକ୍ତି ବିଭାଗ ଦାଇତ୍ବରେ ଥିବାର କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହି ସମସ୍ୟାର ସମାଧାନ କରିପାରିବେ ବୋଲି ଲୋକେ ଆଶା ବାନ୍ଧି ବସିଛନ୍ତି ।

Udyog Nursery
Udyogi Nursery
ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.