ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ୪୬ ବାର୍ଷିକ ତମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀ, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡିର ବିଶିଷ୍ଟ ସାହିତ୍ୟିକ ତଥା ଭାଷାବିତ ପରମେଶ୍ବର ମୁଣ୍ଡ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କି, ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଚିନ୍ତାମଣି ପାତ୍ର, ଡଃ ସୁନିଲ କୁମାର ପଣ୍ଡା, ପ୍ରାଧ୍ୟାପକ ସରୋଜ କୁମାର ପଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ଉଦ୍ଭିଦ ବିଜ୍ଞାନରେ ଡକ୍ଟରେଟ୍ ଉପାଧି ହାସଲ କରିଥିବା ଡ଼ଃ କାର୍ତ୍ତିକ ଚନ୍ଦ୍ର ସାହୁ ଏବଂ ବିଶ୍ୱବିଦ୍ୟାଳୟ ସ୍ତର, ରାଜ୍ୟ ସ୍ତର ତଥା ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ବାର୍ଷିକ କ୍ରିଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ଗଣପତି ବାଗ ସଭା ସଂଯୋଜନା କରିଥିବା ବେଳେ ମାଧବ ଲହଜଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କାଳୀୟ ଗଞ୍ଜନ ସାହୁ, ସମାଜସେବୀ ହୃଷିକେଶ ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟାପକ ନିମାଇଁ ଚରଣ ପାତ୍ର, ଶିବରାମ ମିଶ୍ର, ତାପସ ଭୋଇ, ଦୀନବନ୍ଧୁ ବାଗ, ସଦୟ ପଧାନ, ଲିପୁଚନ୍ଦ୍ର ସାହୁ, ସଚିନ ସାହୁ, ଧିରଜ ନାଏକ, ଡଃ ରାଜେଶ ସାହୁ, ଦେବ ରାଜଗଣ୍ଡ, ମାନସ ନାଏକ, ବିନାୟକ ପଣ୍ଡା, ଚିନ୍ମୟ ବାଗ, ଚନ୍ଦନ ମେହେର, ତନୁଜ ନାଗ, ସରୋଜ ଯୋଷୀ, ଜଗନ୍ନାଥ ଠାକୁର, ଅଧ୍ୟାପିକା ରୋଜାଲିନୀ ମୁଣ୍ଡ, ମନିଷା ସାହୁ, ନିବେଦିତା ଡାକୁଆ, ଅଞ୍ଜଳି ମାଝୀ, ବିଥିକା ଠାକୁର, ସୁଚରିତା ଜେନା, ବେବିନା ମୁଣ୍ଡ, ଦୁଶିଲା ମେହେର, ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.